Get Updates
Get notified of breaking news, exclusive insights, and must-see stories!

Happy New Year 2025: ରାତି ପାଇଲେ ନୂଆବର୍ଷ,ବଦଳିବ ଏହି ସବୁ ନିୟମ

ଆଉ ଦିନକ ପରେ ନୂଆବର୍ଷ। ଆଉ ନୂଆ ବର୍ଷ ସହିତ ବଦଳିଯିବ କିଛି ନିୟମ। କାର୍ ମୂଲ୍ୟ, ଏଲପିଜି ସିଲିଣ୍ଡର ମୂଲ୍ୟ, ପେନସନ ନିୟମ, ଆମାଜନ ପ୍ରାଇମ ମେମ୍ବରସିପ୍, ୟୁପିଆଇ ୧୨୩ପେ ନିୟମ ଏବଂ ଏଫଡି ସମ୍ବନ୍ଧୀୟ ନିୟମ ଅନ୍ତର୍ଭୁକ୍ତ ।

୧. କାର୍ ଦାମ୍ ବୃଦ୍ଧି

ନୂଆ ବର୍ଷରେ କାର୍ କିଣିବା ମହଙ୍ଗା ପଡ଼ିବ। ୨୦୨୫ ଜାନୁଆରି ପହିଲାରୁ ମାରୁତି ସୁଜୁକି, ହୁଣ୍ଡାଇ, ମହିନ୍ଦ୍ରା, ହୋଣ୍ଡା, ମର୍ସିଡିଜ୍ ବେଞ୍ଜ, ଅଡି ଓ ବିଏମ୍ଡବ୍ଲ୍ୟୁ ଭଳି ପ୍ରମୁଖ ଅଟୋମୋବାଇଲ କମ୍ପାନି ଗାଡ଼ିର ଦାମ୍ ୩% ପର୍ଯ୍ୟନ୍ତ ବୃଦ୍ଧି କରିବେ।

ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଁ କଂପାନିଗୁଡ଼ିକ ଏହାକୁ ଦାୟୀ କରିଛନ୍ତି। ତେଣୁ ଯଦି ଆପଣ କାର୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ।

happy new year 2025

୨. ଏଲପିଜି ସିଲିଣ୍ଡର ଦର

ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଏଲପିଜି ଦର ର ସମୀକ୍ଷା କରିଥାନ୍ତି । ତେବେ ଗତ କିଛି ମାସ ହେବ ଘରୋଇ ଏଲପିଜି ସିଲିଣ୍ଡର (୧୪.୨ କେଜି)ର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ବର୍ତ୍ତମାନ ଦିଲ୍ଲୀରେ ଏହାର ମୂଲ୍ୟ ୮୦୩ ଟଙ୍କା ରହିଛି । ସେହିପରି ବାଣିଜ୍ୟିକ ସିଲିଣ୍ଡର ର ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟୁଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୭୩.୫୮ ଡଲାର ରହିଥିବାରୁ ଭବିଷ୍ୟତରେ ଦରରେ ପରିବର୍ତ୍ତନ ହୋଇପାରେ।

୩. ପେନସନରେ ପରିବର୍ତ୍ତନ

ପେନସନଭୋଗୀଙ୍କ ପାଇଁ ନୂଆ ବର୍ଷ ଆଶ୍ୱସ୍ତି ଆଣିଛି । ୨୦୨୫ ଜାନୁଆରୀ ପହିଲାରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପେନସନ ଉଠାଣ ନିୟମକୁ ସରଳ କରିଛି।

ଏଣିକି ପେନସନଭୋଗୀମାନେ ଦେଶର ଯେକୌଣସି ବ୍ୟାଙ୍କରୁ ପେନସନ ଉଠାଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଯାଞ୍ଚ ର ଆବଶ୍ୟକତା ପଡ଼ିବ ନାହିଁ। ପେନସନଭୋଗୀଙ୍କ ପାଇଁ ଏହି ସୁବିଧା ଏକ ବଡ଼ ଆଶ୍ୱସ୍ତି ।

୪. ୟୁପିଆଇ ୧୨୩ପେର ନୂତନ କାରବାର ସୀମା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆରମ୍ଭ କରାଯାଇଥିବା ୟୁପିଆଇ ୧୨୩ପେ ସେବାରେ କାରବାର ସୀମା ବୃଦ୍ଧି କରାଯାଇଛି।

ପୂର୍ବରୁ ଏହି ସେବା ଅଧୀନରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହି ସୀମାକୁ ୧୦,୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ପହିଲାରୁ ଏହି ସୁବିଧା କାର୍ଯ୍ୟକାରୀ ହେବ।

୫. ସ୍ଥାୟୀ ଜମା (ଏଫ୍ ଡି) ନିୟମ

ଆରବିଆଇ ଏନବିଏଫସି ଏବଂ ଏଚଏଫସି ପାଇଁ ସ୍ଥାୟୀ ଜମା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରିଛି । ୨୦୨୫ ଜାନୁଆରି ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ।

ଏହି ପରିବର୍ତ୍ତନ ଅଧୀନରେ ଜମା ରାଶିର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କେତେକ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିରେ ଜନସାଧାରଣଙ୍କଠାରୁ ଜମା ନେବା, ତରଳ ସମ୍ପତ୍ତିର କିଛି ଅଂଶକୁ ସୁରକ୍ଷିତ ରଖିବା ଏବଂ ଜମା ବୀମା କରିବା ଭଳି ପରିବର୍ତ୍ତନ ଅନ୍ତର୍ଭୁକ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+