ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ, ତ୍ରିରଙ୍ଗା ମୟ ଗାଁରୁ ସହର
Independence Day 2024: ଆଜି ଦେଶ ପାଳନ କରୁଛି 78 ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ଭବନ, ଇଣ୍ଡିଆ ଗେଟ୍ ଭଳି ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଗାଁଠୁ ସହର ତ୍ରିରଙ୍ଗା ମୟ ହୋଇଥିବାର ଦେଖିବା ପାଇଁ ମିଳିଛି ।
ସେହିପରି ଲାଲ୍ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ସଜାଗ ରଖାଯାଇଛି। ଭୂମିରୁ ଆକାଶ ପର୍ଯ୍ୟନ୍ତ ସ୍ନାଇପରମାନଙ୍କର ନଜର ରହିଛି। ଲାଲ୍ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥାରେ ଏଆଇର ସହାୟତା ମଧ୍ୟ ନିଆଯାଇଛି। ଲାଲ୍ କିଲ୍ଲାକୁ ୧୫ ଅଗଷ୍ଟ ପାଇଁ ଏକ ସେନାଛାଉଣୀରେ ପରିଣତ କରାଯାଇଛି।

ପ୍ରାୟ ୨୨ ହଜାର ଅତିଥିଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଏଜେନ୍ସି ଦିଲ୍ଲୀର ପ୍ରତ୍ୟେକ ରାସ୍ତା ଏବଂ ପ୍ରତ୍ୟେକ ବଜାରରେ କଡା ନଜର ରଖିଛନ୍ତି। ଲାଲ୍ କିଲ୍ଲାରେ ଚାରିପାଖରେ ଏପରି ଏକ ଅଭେଦ୍ୟ ସୁରକ୍ଷା ଚକ୍ର ପ୍ରସ୍ତୁତ କରାଯାଇଛି। ଦିଲ୍ଲୀ ପୋଲିସ, ପାରାମିଲିଟାରୀ ଫୋର୍ସ ବ୍ୟତୀତ ସୁରକ୍ଷା ଏଜେନ୍ସିର କର୍ମଚାରୀମାନେ ଲାଲ୍ କିଲ୍ଲାର ଭିତରେ ଏବଂ ବାହାରେ ଥିବା ପ୍ରତ୍ୟେକ ସ୍ଥାନ ଉପରେ ନଜର ରଖିଛନ୍ତି। ଲାଲ୍ କିଲ୍ଲାରେ ଭିତରେ ପ୍ରାୟ ୪ ଟି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ନିୟୋଜିତ କରାଯାଇଛି।












Click it and Unblock the Notifications