ଷ୍ଟାଲିନଙ୍କୁ ଚାଇନିଜ୍ ଭାଷାରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲା ବିଜେପି , ଜାଣନ୍ତୁ ବିଜେପି ଏଭଳି କରିବାର କାରଣ କଣ?
ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ନୂଆ ଲଞ୍ଚ କମ୍ପେ୍ଲକ୍ସ ସହ ଜଡିତ ବିଜ୍ଞାପନରେ 'ଚାଇନିଜ୍ ପତାକା' ଦେଖାଇବା ଉପରେ ବିଜେପି ଏବଂ ଡିଏମକେ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଏହି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ମାଣ୍ଡାରିନ୍ (ଚୀନ୍ ଭାଷା) ରେ ଜନ୍ମଦିନର ଶୁଭେଚ୍ଛା ଜଣାଇ କରିଛି ଟାର୍ଗେଟ ।
ତାମିଲନାଡୁ ବିଜେପି ତରଫରୁ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, 'ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଥିରୁ ଏମ.କେ ଷ୍ଟାଲିନଙ୍କୁ ତାଙ୍କ ପ୍ରିୟ ଭାଷାରେ ଜନ୍ମଦିନର ଶୁଭେଚ୍ଛା! ସେ ଦୀର୍ଘ ଓ ସୁସ୍ଥ ଜୀବନ ଯାପନ କରନ୍ତୁ! ' ଅନ୍ୟଏକ ପୋଷ୍ଟରେ ଲେଖାଯାଇଛି, 'ଯେଉଁମାନେ ଆମ ମୁଖ୍ୟମନ୍ତ୍ରୀଙ୍କୁ ମନ୍ଦାରିନରେ ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି, ଦୟାକରି ଏହାକୁ ଉପଯୋଗ କରନ୍ତୁ ।'

ଆପଣଙ୍କୁ କହି ରଖୁଛୁ ଯେ, ତାମିଲନାଡ଼ୁର ଥୁଥୁକୁଡି ଜିଲ୍ଲାର କୁଲସେକରାପଟ୍ଟିନମରେ ଇସ୍ରୋର ଏକ ଲଞ୍ଚ କମ୍ପେ୍ଲକ୍ସ ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ନୂଆ ଉତକ୍ଷେପଣ ପରିସରର ଶିଳାନ୍ୟାସ କରିଥିଲେ । ଏଥିପାଇଁ ପ୍ରାୟ ୯୮୬ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ନିର୍ମାଣ ହେବା ପରେ ପ୍ରତିବର୍ଷ ଏଠାରୁ ୨୪ ଉତକ୍ଷେପଣ କରାଯାଇପାରିବ ।
ଏହାସହ ଜଡ଼ିତ ଏକ ବିଜ୍ଞାପନ ତାମିଲନାଡ଼ୁ ସରକାର ଦେଇଥିଲେ । ଖବରକାଗଜ ବିଜ୍ଞାପନରେ ଛପା ଯାଇଥିବା ରକେଟରେ ଭାରତ ପରିବର୍ତ୍ତେ ଚୀନ ପତାକା ସ୍ଥାନ ପାଇଥିଲା । ଏହାକୁ ନେଇ ଡିଏମକେ ଏବଂ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି ।












Click it and Unblock the Notifications