Get Updates
Get notified of breaking news, exclusive insights, and must-see stories!

Happy Birthday PM Modi: ୭୪ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ମୋଦୀଙ୍କ ବିଷୟରେ କିଛି ଜଣା - ଅଜଣା କଥା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରି ପ୍ରଧାନମନ୍ତ୍ରୀ ପଦରେ ବସିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ ।

ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ତଥା(RSS) ରେ ମାତ୍ର 8 ବର୍ଷ ବୟସରେ ଯୋଗ ଦେଇଥିଲେ ମୋଦି । 8 ବର୍ଷ ବୟସରୁ ବାଲ୍ ସ୍ବୟଂସେବକ ଭାବେ RSS ରେ ଯୋଗ ଦେଇଥିବା ନରେନ୍ଦ୍ର ବର୍ତ୍ତମାନର ପ୍ରଧାନସେବକ ନରେନ୍ଦ୍ର ମୋଦି ଭାବେ ପରିଚିତ ।

Happy Birthday PM Modi

ମୋଦି ଉଚ୍ଚ ମାଧ୍ୟମିକ ଶିକ୍ଷା ସାରିବା ପରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଗୁଜୁରାଟର ଏକ ଷ୍ଟେସନରେ ଚା' ବିକ୍ରି କରୁଥିଲେ । ଯଶୋଦାବେନ ଛମାନାଲ ନାମକ ଏକ ଯୁବତୀଙ୍କୁ ବିବାହ କରିବା ପରେ ସେ 18 ବର୍ଷ ବୟସରେ ଘର ଛାଡି ଥିଲେ । ଏହାପରେ 1971 ମସିହାରେ ଗୁଜୁରାଟ ଫେରିବା ପରେ RSS ର ଏକ ପ୍ରମୁଖ ସଦସ୍ୟ ଭାବେ ଯୋଗ ଦେଇଥିଲେ । 2001 ରୁ 2014 ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।ଏହାପରେ 2014ରେ ଭାରତର 14ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ସେବେଠାରୁ ମୋଦିଙ୍କ ପ୍ରଧାନମନ୍ତ୍ରୀ ଯାତ୍ରା ଜାରି ରହିଛି । ତେବେ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ ।

ରାଜନୈତିକ ଯାତ୍ରା

1972-1973 ମସିହାରେ, ପ୍ରଧାନମନ୍ତ୍ରୀ ମୋଦି RSS ସଂଗଠନର ପ୍ରଚାରକ ହୋଇଥିଲେ। ଯାହା ପରଠୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ବହୁ ବର୍ଷ ଧରି ପ୍ରଚାରକ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ 1980 ମସିହାରେ ଭାରତୀୟ ଜନତା ପାର୍ଟିର ଗୁଜୁରାଟ ୟୁନିଟରେ ଯୋଗ ଦେଇଥିଲେ।

1988-89 ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ବିଜେପିର ସାଧାରଣ ସମ୍ପାଦକ ହୋଇଥିଲେ। 1990 ରେ, ବିଜେପିର ଅନ୍ୟତମ ପ୍ରତିଷ୍ଠାତା ଲାଲ କୃଷ୍ଣ ଆଡଭାନୀ ସୋମନାଥ-ଅଯୋଧ୍ୟା ରଥଯାତ୍ରାର ଆୟୋଜନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

1995 ରେ ପିଏମ ମୋଦିଙ୍କୁ ବିଜେପିର ଜାତୀୟ ସଚିବ କରାଯାଇଥିଲା। ତାଙ୍କୁ ପାଞ୍ଚଟି ରାଜ୍ୟର ଦାୟିତ୍ୱରେ ରଖାଯାଇଥିଲା। 1998 ରେ ପ୍ରଧାନମନ୍ତ୍ରୀ ମୋଦି ବିଜେପିର ସାଧାରଣ ସମ୍ପାଦକ ହୋଇଥିଲେ।

୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି । ୫ ଦଶନ୍ଧିର ରାଜନୈତିକ ଜୀବନ ମଧ୍ୟରେ ଅନେକ ଉତ୍‌ଥାନ ପତନ ଦେଖିଛନ୍ତି ମୋଦି। ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେବା ସହ ସେ ପ୍ରଥମ ବିଜେପି ନେତା ଯାହାଙ୍କ ନେତୃତ୍ୱରେ ୨୦୧୪ ଏବଂ ୨୦୧୯ ଓ ୨୦୨୪ରେ ଦଳ ସରକାର କରିପାରିଛି ।

ଲେଖକ ଏମ.ଭି କାମଥ ତାଙ୍କ ପୁସ୍ତକ ମ୍ୟାନ୍ ଅଫ୍ ଦି ମୁମେଣ୍ଟରେ ଲେଖିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ରେଳ ଷ୍ଟେସନ ନିକଟରେ ତାଙ୍କ ପିତାଙ୍କର ଏକ ଚା ଦୋକାନ ଥିଲା। ସ୍କୁଲ ବିରତି ସମୟରେ ପିଏମ ମୋଦି ଦୋକାନକୁ ଆସୁଥିଲେ ଏବଂ ତାଙ୍କ ପିତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଯୁବକ ଥିଲେ, ସେହି ସମୟରେ ତାଙ୍କୁ ନେଇ ଜଣେ ସାଧୁ ଭବିଷ୍ୟବାଣୀ କରିଥିଲେ ଯେ ସେ ରାଜନୀତିରେ ଯାଇପାରନ୍ତି କିମ୍ବା ସନ୍ନ୍ୟାସୀ ହୋଇଯିବେ । ହେଲେ ଉଭୟ ଦିଗରେ ସେ ଦେଶ ବିଦେଶରେ ଏକ ପରିଚିତ ଚେହେରା ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ଉକ୍ତ ସାଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାଜଯୋଗ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ ।

The Man of the Moment: Narendra Modi' ପୁସ୍ତକରେ ଏହା ଲେଖାଯାଇଛି ଯେ, ଉକ୍ତ ସାଧୁ ଜଣକ ପିଏମ ମୋଦିଙ୍କ ବିଷୟରେ କହିଥିଲେ ଯେ ଯଦି ସେ ରାଜନୀତିରେ ସେ ପାଦ ଦିଅନ୍ତି, ତେବେ ସେ ବହୁତ ଆଗକୁ ଯିବେ ଏବଂ ଯଦି ସେ ସନ୍ନ୍ୟାସୀ ଧର୍ମ ଗ୍ରହଣ କରୁଛନ୍ତି ତେବେ ସେ ଶଙ୍କରାଚାର୍ଯ୍ୟ ଆଖ୍ୟା ପାଇବେ। ସେହିପରି ଏକ ସମୟ ଥିଲା ଯେତେବେଳେ ପିଏମ ମୋଦୀ ଜଣେ ସନ୍ନ୍ୟାସୀ ହେବ ପାଇଁ ଚେଷ୍ଟା କରିଥିଲେ ।

ସ୍କୁଲ ଶେଷ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦି ୧୮ ବର୍ଷ ବୟସରେ ସନ୍ନ୍ୟାସୀ ହେବା ପାଇଁ ଘରୁ ପଳାଇଥିଲେ । ଏହା ପରେ ସେ ପଶ୍ଚିମବଙ୍ଗର ରାମକୃଷ୍ଣ ଆଶ୍ରମ ସମେତ ଦେଶର ଅନେକ ସ୍ଥାନ ପରିଦର୍ଶନ କରିଥିଲେ । ହିମାଚଳର ସାଧୁମାନଙ୍କ ସହିତ ସେ ତିନି ବର୍ଷ ରହିଥିଲେ । ଏହାପରେ କିଛି ସାଧୁମାନେ ତାଙ୍କୁ କହିଥିଲେ ଯେ ସନ୍ନ୍ୟାସ ଗ୍ରହଣ ନକରି ମଧ୍ୟ ଦେଶର ସେବା କରାଯାଇପାରିବ । ଏହା ପରେ ସେ ଗୁଜୁରାଟକୁ ଫେରି ସନ୍ନ୍ୟାସ ନେବାର ନିଷ୍ପତ୍ତି ବଦଳାଇଥିଲେ ।

ରାମକୃଷ୍ଣ ମଠ ଏବଂ ମିଶନର ସହକାରୀ ସଚିବ ସ୍ୱାମୀ ସୁବୀରାନନ୍ଦ ଜୀ କହିଛନ୍ତି, 'ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ସନ୍ନ୍ୟାସୀ ହେବା ପାଇଁ ବେଲୁର ମଠ ଆସିଥିଲେ ସେତବେଳେ ଏହି ସ୍ଥାନରେ ମୁଖ୍ୟ ଥିବା ସ୍ୱାମୀ ମାଧବନନ୍ଦ ଜୀ ମହାରାଜ ନରେନ୍ଦ୍ର ଭାଇଙ୍କୁ କହିଥିଲେ ଯେ ଆପଣଙ୍କ ବୟସ ବହୁତ କମ୍, ଆପଣ ଆଗକୁ ଆହୁରି ପଢିବା ପରେ ଏଠାକୁ ଆସନ୍ତୁ ।

କେବଳ ସ୍ନାତକ ବ୍ୟକ୍ତିଙ୍କୁ ବେଲୁରର ରାମକୃଷ୍ଣ ମଠରେ ଏଣ୍ଟ୍ରି ମିଳିଥାଏ । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ସ୍କୁଲ ପାସ୍ ଥିଲେ, ତେଣୁ ତାଙ୍କୁ ନିଆଯାଇନଥିଲା। ପିଏମ ମୋଦି ଉତ୍ତରପ୍ରଦେଶର ଆଲମୋରାଠାରେ ନିର୍ମିତ ରାମକୃଷ୍ଣ ମିଶନର ଦ୍ୱିତୀୟ ମଠରେ ମଧ୍ୟ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଅଧିକ ଅଧ୍ୟୟନ କରିବାକୁ ପରାମର୍ଶ ଦିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+