କୋଲକାତା ଘଟଣାରେ ମୁହଁ ଖୋଲିଲେ ଅଭିଯୁକ୍ତର ଶାଶୂ, କହିଲେ ତାକୁ ଫାଶୀ ଦିଅ
କୋଲକାତା ଆର୍ଜି କର୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏହାକୁ ନେଇ ପୂରା ଦେଶରେ ଅସନ୍ତୋଷ ଜାରି ରହିଛନ୍ତି। ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରନର୍ଶନ କରୁଛନ୍ତି। ଏହାରି ଭିତରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜ ରୟକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ତାଙ୍କ ଶାଶୁ।
ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଶାଶୁ ଦୁର୍ଗା ଦେବୀ ତାଙ୍କ ଜ୍ବାଇଁ ସଞ୍ଜୟଙ୍କୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଅଭିଯୁକ୍ତ ସଞ୍ଜୟ କିପରି ଥିଲା? ତାଙ୍କ ଝିଅ ସହିତ ତାଙ୍କର ଆଚରଣ କିପରି ଥିଲା? ଓ ଦୁଷ୍କର୍ମ ମାମଲାରେ ସେ ଅନେକ ଖୁଲାସା କରିଛନ୍ତି । ଦୁର୍ଗା ଦେବୀ କହିଛନ୍ତି ଯେ, ସଞ୍ଜୟଙ୍କ ସହ ଅନ୍ୟ ଲୋକମାନେ ମଧ୍ୟ ଏହି ମାମଲାରେ ଜଡିତ ଅଛନ୍ତି। ସଞ୍ଜୟ ଏକୁଟିଆ ଏହା କରିପାରିବେ ନାହିଁ। ଏଏନଆଇକୁ ସାକ୍ଷାତକାର ଦେଇ ଦୁର୍ଗା ଦେବୀ, ସଞ୍ଜୟଙ୍କ ସହ ତାଙ୍କ ଝିଅର ସମ୍ପର୍କ କିଭଳି ଥିଲା ତାହା ଜଣାଇଥିଲେ। ସେ କହିଥିଲେ ଯେ ସଞ୍ଜୟ ତାଙ୍କ ଝିଅକୁ ବହୁତ ମାଡ ମାରୁଥିଲା। ଏନେଇ ସେ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ।

ସେ ଆହୁରି କହିଛନ୍ତି, 'ସଞ୍ଜୟ ସହ ଆମର ସମ୍ପର୍କ ଭଲ ଭଲ ନ ଥିଲା । ସେ ଆମ ଝିଅ ସହ ଅସଦାଚରଣ କରୁଥିଲା । ସେ ତାକୁ ମାଡ଼ ମାରୁଥିଲା । ତା' ବିରୋଧରେ ପୋଲିସରେ ପୋଲିସରେ ଅଭିଯୋଗ ମଧ୍ୟ କରାଯାଇଥିଲା । ସେ ପୂର୍ବରୁ ଆଉ ଜଣଙ୍କୁ 1ଙ୍କୁ ମଧ୍ଯ ବିବାହ କରିଥିଲା । ଏହା ପରେ ସେ ମୋ ଝିଅ ସହିତ ଦ୍ଵିତୀୟ ବିବାହ କରିଥିଲା । ମୋ ଝିଅ ଯେତେବେଳେ ୩ ମାସର ଗର୍ଭବତୀ ଥିଲା ତା'ର ଗର୍ଭପା ଗର୍ଭପାତ କରାଇଥିଲା । ସଞ୍ଜୟ ରାୟ ଜଣେ ଭଲ ବ୍ୟକ୍ତି ନୁହେଁ ନୁ । ତାକୁ ଫାଶୀ ଖୁଣ୍ଟରେ ଝୁଲାନ୍ତୁ ଝୁଲାନ୍ତୁ ଅବା ଯାହା ଇଚ୍ଛା ତାହା ତା' ସହ କରନ୍ତୁ ।'












Click it and Unblock the Notifications