ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା 'ହାମୁନ'
Weather Update: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା 'ହାମୁନ' । ୬ ଘଣ୍ଟାରେ ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି ବାତ୍ୟା । ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି । ପାରାଦୀପ ଠାରୁ ପୂର୍ବ ଦିଗରେ ୨୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଯାରି କରାଯାଇଛି ।
ସୂଚନା ଅନୁସାରେ, ବାତ୍ୟା 'ହାମୁନ' ପ୍ରଭାବ ଓଡ଼ିଶାରେ ଉପରେ ପଡିବ ନାହିଁ । ହେଲେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଉପରେ ପଡିବ ନାହିଁ । ତେବେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ଭଦ୍ରକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ବାତ୍ୟା ବାଂଲା ଦେଶ ଉପକୂଳ ଯିବ ତେଣୁ ଓଡିଶାକୁ ସିଧାସଳଖ କୌଣସି ଭୟ ନାହିଁ । ସ୍ଥଳଭାଗ ଛୁଇଁଲା ବେଳକୁ ଏହି ବାତ୍ୟା ଦୁର୍ବଳ ହୋଇସାରିଥିବ । ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସ୍ଥଳଭାଗ ଛୁଇଁବ ।
ତେବେ ଉପକୂଳ ଓଡିଶାର ପୂଜା ପେଣ୍ଡାଲଗୁଡ଼ିକୁ ସତର୍କ କଲେ ଆଇଏମ୍ଡି ମହାନିର୍ଦ୍ଦେଶକ । ବାତ୍ୟା ପ୍ରଭାବ ଜନିତ ବର୍ଷା ଓ ହାଲୁକା ପବନ ନେଇ ସତର୍କ କଲେ ଡିଜି। ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ । ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ।












Click it and Unblock the Notifications