ଭାରତରେ ତିଆରି ହେବ ‘ହାମର୍' ମିସାଇଲ, ଭାରତ-ଫ୍ରାନ୍ସ ଡିଲ ଶୁଣି ଭୟରେ ଥରିଲାଣି ପାକିସ୍ତାନ, ଜାଣନ୍ତୁ ଏହା କେତେ ଶକ୍ତିଶାଳୀ?

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରର ସହଯୋଗକୁ ଆହୁରି ଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୁକ୍ତ ଉଦ୍ୟମ (Joint Venture) ସମ୍ମତି ସ୍ଥାପିତ ହୋଇଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ଭାରତ ଯାତ୍ରା ସମୟରେ ଏହି ସମ୍ମତିକୁ ଅନୁମୋଦନ ଦିଆଯାଇଛି। ଏହା ଦୁଇ ଦେଶର ରଣନୀତିଗତ ସମ୍ପର୍କକୁ ଆହୁରି ଉଚ୍ଚସ୍ଥାନକୁ ନେବାରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

Hammer missile

ଏହି ଚୁକ୍ତି ଅନୁସାରେ ଫ୍ରାନ୍ସର ପ୍ରମୁଖ ଏୟାରୋସ୍ପେସ୍ ଓ ରକ୍ଷା କମ୍ପାନୀ Safran ଓ ଭାରତର ସରକାରୀ କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀ Bharat Electronics Limited (BEL) 50:50 ଭାଗିଦାରିରେ 'ହାମର୍' (Highly Agile Modular Munition Extended Range) ମିଶାଇଲ ଉତ୍ପାଦନ କରିବେ। ଏହି ପ୍ରକଳ୍ପର ଅଧୀନରେ ହାମର୍ ମିଶାଇଲର ଗାଇଡେନ୍ସ କିଟ୍ ଓ ଅନ୍ୟାନ୍ୟ ପ୍ରମୁଖ ଉପାଦାନ ଭାରତରେ ନିର୍ମାଣ କରାଯିବ।

'ହାମର୍' ଏକ ଆଧୁନିକ ପ୍ରେସିଜନ୍-ଗାଇଡେଡ୍ ଏୟାର-ଟୁ-ଗ୍ରାଉଣ୍ଡ ମିସାଇଲ, ଯାହାକି Dassault Rafale ଯୁଦ୍ଧ ବିମାନରୁ ପ୍ରକ୍ଷେପଣ କରାଯାଏ। ଏହା ପ୍ରାୟ ୭୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟବସ୍ତୁକୁ ସଠିକ ଭାବେ ପ୍ରହାର କରିପାରେ ଏବଂ GPS, ଇନ୍ଫ୍ରାରେଡ୍ ଓ ଲେଜର୍ ଗାଇଡେନ୍ସ ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବହାଓୟାରେ କାର୍ଯ୍ୟକ୍ଷମ ରହେ। ୨୫୦ କିଲୋରୁ ୧୦୦୦ କିଲୋ ପର୍ଯ୍ୟନ୍ତ ବିଭିନ୍ନ ଭାର୍ସନ୍‌ରେ ଉପଲବ୍ଧ ଏହି ମିସାଇଲ ପହାଡ଼ିଆ ଅଞ୍ଚଳ ଓ ଦୃଢ଼ ବଙ୍କର୍ ଭଳି କଠିନ ଲକ୍ଷ୍ୟବସ୍ତୁ ପାଇଁ ବିଶେଷ ଭାବେ ଡିଜାଇନ୍ କରାଯାଇଛି।

ଏହି ଯୁକ୍ତ ଉଦ୍ୟମ ମାଧ୍ୟମରେ ଭାରତରେ ଦୀର୍ଘ ପରିସରର XLR ଭାର୍ସନ୍‌ ସହ ଉତ୍ପାଦନ କ୍ଷମତା ବିକାଶ ପାଇବ। ଏହା ଭାରତୀୟ ବାୟୁସେନା ପାଇଁ ଦ୍ରୁତ ଓ ନିର୍ଭରଯୋଗ୍ୟ ଆପୂର୍ତ୍ତି ସୁନିଶ୍ଚିତ କରିବା ସହ ସପ୍ଲାଇ ଚେନ୍‌କୁ ମଜବୁତ କରିବ। ସେଥିସହିତ ଦେଶରେ ଉଚ୍ଚ ପ୍ରଯୁକ୍ତି ହସ୍ତାନ୍ତର, କୌଶଳ ବିକାଶ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

ସରକାରୀ ମତାନୁସାରେ, ଏହି ପ୍ରକଳ୍ପ 'ମେକ୍ ଇନ୍ ଇଣ୍ଡିଆ' ଉଦ୍ୟମକୁ ଶକ୍ତିଶାଳୀ କରିବା ସହ ଭାରତର ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଲକ୍ଷ୍ୟ ପୂରଣରେ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ। ଏହା ଭାରତ-ଫ୍ରାନ୍ସ ଦୁଇପକ୍ଷୀୟ ରଣନୀତିଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ସହ ଭାରତର ସୁରକ୍ଷା କ୍ଷମତାକୁ ନୂତନ ଶକ୍ତି ଯୋଗାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+