ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣ ମାମଲାରେ ହମାସ ଲିଙ୍କ୍ ! :
ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗାଜାରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହମାସର ଲିଙ୍କ୍ ଥିବା ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ଆତଙ୍କବାଦୀ ଦାନିଶ ମୋବାଇଲରୁ ହମାସ ଲିଙ୍କ ସମ୍ପର୍କିତ ତଥ୍ୟ ମିଳିଛି। ତଦନ୍ତ ଅଧିକାରୀଙ୍କ ହାତରେ ଏପରି କିଛି ତଥ୍ୟ ଲାଗିଛି। ତଦନ୍ତ ସମୟରେ ଦାନିଶ ମୋବାଇଲରୁ ଡିଲିଟ୍ ହୋଇଥିବା ହିଷ୍ଟ୍ରି, ଫଟୋ, ଭିଡ଼ିସ ଏବଂ ଆପ୍ ତଥ୍ୟ ଯାଞ୍ଚ କରାଯିବା ପରେ ଏହା ଜଣାପଡ଼ିଛି।
ଦାନିଶ ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ତିଆରି କୌଶଳ ଶିଖୁଥିଲା। ତା' ଫୋନରେ ଥିବା ଫଟୋରୁ ଏହା ଜଣାପଡ଼ିଛି। ସେଥିରେ ହମାସ ଦ୍ବାରା ବ୍ୟବହୃତ ଡ୍ରୋନର ଡିଜାଇନ ରହିଛି। ତଦନ୍ତବେଳେ ପଚରାଉଚରା କରାଯିବା ସମୟରେ ଦାନିଶ ମଧ୍ୟ ସ୍ବୀକାର କରିଥିଲା ଯେ ସେ ଡ୍ରୋନ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା। ୨୫ କିଲୋମିଟର ଦୂର ପର୍ଯ୍ୟନ୍ତ ଉଡ଼ି ଆକ୍ରମଣ କରିପାରୁଥିବା ହାଲୁକା ଡ୍ରୋନ ବିକଶିତ କରିବାକୁ ଦାନିଶ ଚେଷ୍ଟା କରୁଥିଲା ବୋଲି କହିଥିଲା।













Click it and Unblock the Notifications