Haldwani Violence: ୫ ହାଜର ଲୋକଙ୍କ ନାଁରେ ମାମଲା ରୁଜୁ, ହଟିଲା କର୍ଫ୍ୟୁ

Haldwani Violence: ଉତ୍ତରାଖଣ୍ତ ହଲଦ୍ୱାନୀ ହିଂସା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ୫ ହଜାର ଦଙ୍ଗାକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗୁରୁବାର ଏକ ମଦ୍ରାସା ଉଚ୍ଛେଦତୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏପରିକି ଥାନା ଏବଂ ପୋଲିସ ଗାଡ଼ି ମଧ୍ୟ ଜାଳାଇ ଦେଇଥିଲେ ଭିକ୍ଷୋଭକାରୀ ମାନେ ।

ସରକାରୀ ସୂଚନା ଅନୁସାରେ, ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ତେବେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଧାରା ୧୪୪ ଲାଗୁ କରାଯାଇଥିଲା ଏବଂ ସ୍କୁଲ କଲେଜ ମଧ୍ୟ ବନ୍ଦ କରାଯାଇଥିଲା । ଆଜି ଉତ୍ତରାଖଣ୍ତ ହଲଦ୍ୱାନୀ ବାହାର ପାର୍ଶ୍ୱରୁ କର୍ଫ୍ୟୁ ହଟା ଯାଇଛି କିନ୍ତୁ ଏହା ହଲଦ୍ୱାନୀରେ ଏବେ ମଧ୍ୟ କର୍ଫ୍ୟୁ ବଳବତ୍ତର ରହିଛି । ଅନ୍ୟପକ୍ଷରେ ଘଟଣାର ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୁମାଓନ୍ କମିଶନରଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯିବା ସହ 15 ଦିନ ମଧ୍ୟରେ ତାଙ୍କଠାରୁ ଏକ ରିପୋର୍ଟ ମଗାଯାଇଛି।

Haldwani Violence

ହଲଦ୍ୱାନୀ ଏସଏସପି ନୈନିତାଲ ପିଏମ ମୀନୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପୋଲିସ ୫ ହଜାର ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ଏହି ମାମଲା ନେଇ ଅନେକଙ୍କୁ ଗିରଫ ମଧ୍ୟ କରାଯାଇଛି । ଆଗକୁ ତଦନ୍ତ ଜାରି ମଧ୍ୟ ରହିଛି ।

ସୂଚନା ଏହା ମଧ୍ୟ ରହିଛି, ସୋସିଆଲ ମିଡିଆରେ ଗୁଜବ ପ୍ରଚାରକୁ ରୋକିବା ପାଇଁ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି । ଏଡିଜି କହିଛି ଯେ ବନବୁଲପୁରା ଅଞ୍ଚଳରେ କର୍ଫ୍ୟୁ ଜାରି ରହିଛି। ତଥାପି, ବାସିନ୍ଦାଙ୍କୁ ସମୟ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁମତି ଦିଆଯାଉଛି । ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି । ଏହାସହ ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+