ଦେଶରେ ବଢିବାରେ ଲାଗିଛି H3N2 ଏନଫ୍ଲୁଏଞ୍ଜାର ମାମଲା, ଗୋଟିଏ ଦିନରେ ୫ଟି ନୂଆ ମାମଲା ରେକର୍ଡ
ଦେଶରେ ବଢିବାରେ ଲାଗିଛି H3N2 ଏନଫ୍ଲୁଏଞ୍ଜାର ମାମଲା, ଗୋଟିଏ ଦିନରେ ୫ଟି ନୂଆ ମାମଲା ରେକର୍ଡ

ନୂଆଦିଲ୍ଲୀ: ହରିୟାଣାର ଯମୁନାନଗରରେ H3N2 ଏନଫ୍ଲୁଏଞ୍ଜାର ୫ଟି ନୂଆ ମାମଲା ରେକର୍ଡ ହୋଇଛି । ଯାହା ପରେ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ । ମଙ୍ଗଳବାର ଦିନ, ଏହି ଅଞ୍ଚଳରେ H3N2 ଏବଂ H1N1 ଭୂତାଣୁ ପାଇଁ ଥଣ୍ତା, ଜ୍ୱର, କାଶରେ ପଡିତ ରୋଗୀଙ୍କ ସଂଖ୍ୟା ବଢିଛି । ଯାହା ପରେ ଏହି ମାମଲା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହିତ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଏବଂ ତାଲିମପ୍ରାପ୍ତ କର୍ମଚାରୀ ଡାକ୍ତରଖାନାରେ ଉପସ୍ଥିତ ରହିବା ପାଇଁ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଔଷଧ, PPE କିଟ୍, N95 ମାସ୍କ ଯଥେଷ୍ଟ ପରିମାଣରେ ରଖିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି । ହାଇରିସ୍କ ଗ୍ରୁପରେ ଫୁସଫୁସ ରୋଗୀ, ମଧୁମେହ, ହୃଦ୍ରୋଗ, ଯକୃତ ରୋଗ ଏବଂ ଗର୍ଭବତୀ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି ।
କାଶିବା, ଛିଙ୍କିବା ସମୟରେ ପାଟି ଏବଂ ନାକକୁ ଟିସୁରେ ବନ୍ଦ ରଖିବା ପାଇଁ, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ, ଜନଗହଳି ପୂର୍ଣ୍ଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ଟେଷ୍ଟ କରାଇ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଆନ୍ତୁ । କାଶ, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଲେ ବିଳମ୍ବ ନ କରି ତୁରନ୍ତ ଟେଷ୍ଟା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ସୂଚନା ଅନୁସାରେ, ଗତ କିଛି ସପ୍ତାହ ମଧ୍ୟରେ ସରକାରୀ ଡାକ୍ତରଖାନାରେ H3N2 ଏନଫ୍ଲୁଏଞ୍ଜାରେ ପିଡିତ ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ଏବଂ ଘରୋଇ ଡାକ୍ତରଖାନାରେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏହି ମାମଲା ଦୃତ ଗତିରେ ବୃଦ୍ଧିପାଉଛି ବୋଲି କୁହାଯାଉଛି ।












Click it and Unblock the Notifications