କାୟା ମେଲାଇଲାଣି H3N2, ଦେଶରେ ବଢୁଛି ସଂକ୍ରମଣ ସଂଖ୍ୟା

କରୋନା ମହାମାରୀ ପରେ, ବର୍ତ୍ତମାନ H3N2 ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ୪୫୧ଟି H3N2 ମାମଲା ପଞ୍ଜିକୃତ ହୋଇଛି ।

H3N2

ନୂଆଦିଲ୍ଲୀ:କରୋନା ମହାମାରୀ ପରେ, ବର୍ତ୍ତମାନ H3N2 ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ୪୫୧ଟି H3N2 ମାମଲା ପଞ୍ଜିକୃତ ହୋଇଛି । ଯାହାପରେ ଅଲର୍ଟରେ ସମସ୍ତ ରାଜ୍ୟ । ସରକାରୀ ସୂଚନା ଅନୁଯାୟୀ, ଏହି ଭୂତାଣୁ ପାଇଁ ୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ଗତ ଶୁକ୍ରବାର ଦିନ ମହାରାଷ୍ଟ୍ରର ପୁଣେ ସହରରେ H3N2 ଭୂତାଣୁ ପାଇଁ ୭୩ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା, ସେହିପରି ମାର୍ଚ୍ଚ ୧୮ରେ ଗୁରୁଗ୍ରାମରେ ୨ଟି ନୂଆ ମାମଲା ରେକର୍ଡ କରାଯାଇଥିଲା । ସହରରେ ୪ ବର୍ଷର ଶିଶୁ ମଧ୍ୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏଥି ସହିତ, ଜଣେ ୫୫ ବର୍ଷ ବୟସ୍କା ମହିଳା ଏବଂ ୧୧ ମାସର ଝିଅ ମଧ୍ୟ H3N2ରେ ଆକ୍ରାନ୍ତ ହୋଇଛନ୍ତି ।

ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡୁ ଏବଂ ଆସାମରେ ସଂକ୍ରମଣ ବଢିବାରେ ଲାଗିଛି । ସେହିପରି ମଧ୍ୟପ୍ରଦେଶ ଏବଂ ବିହାର ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି । ସୂଚନା ଅନୁସାରେ, କେବଳ ମହାରାଷ୍ଟ୍ରରେ ୩୫୨ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

H3N2ର ବଢୁଥିବା ସଂକ୍ରମଣଙ୍କ ସଂଖ୍ୟାକୁ ନଜରରେ ରଖି ଦିଲ୍ଲୀରେ ସ୍ୱତନ୍ତ୍ର ସତର୍କତା ଜାରି କରାଯାଇଛି । ଗହଳି ସ୍ଥାନକୁ ନ ଯିବା, ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି । ଇନଫ୍ଲୁଏଞ୍ଜା ଏବଂ କରୋନା ନିୟନ୍ତ୍ରଣ କରିବା ପାଇଁ ମନିଟରିଂକୁ ଗୁରୁତ୍ୱ ଦିଆଯାଇଛି । ସେହିପରି ଭୟ ନ କରି ସତର୍କ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+