ଅନଲକ୍ 5.0 : ରଜଧାନୀରେ ଆଜିଠାରୁ ଖୋଲିଲା ଜିମ୍ ଓ ଯୋଗକେନ୍ଦ୍ର
ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଜିମ୍, ଯୋଗକେନ୍ଦ୍ର ଆଦି ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ବିବାହ ମଣ୍ଡପ, ହୋଟେଲ୍ ଆଦିରେ 50 ପ୍ରତିଶତ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଓ ଅନ୍ୟାନ୍ୟ ସମାରୋହ କରିବାକୁ ଅନୁମତି ଦିଆଯାଇଛି
ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ କମିବା ପରେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର । ଧୀରେ ଧୀରେ ବିଭିନ୍ନ କଟକଣାକୁ କୋହଳ କରାଯାଉଛି। ଏହି ଅବସରରେ ରାଜଧାନୀରେ ଆଜିଠାରୁ ଜିମ୍, ଯୋଗକେନ୍ଦ୍ର ଆଦି ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ବିବାହ ମଣ୍ଡପ, ହୋଟେଲ୍ ଆଦିରେ 50 ପ୍ରତିଶତ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଓ ଅନ୍ୟାନ୍ୟ ସମାରୋହ କରିବାକୁ ଅନୁମତି ଦିଆଯାଇଛି ।
ସେହିପରି ଅନଲକ୍-5 ବାବଦରେ ଜାରି ହୋଇଥିବା ଆଦେଶରେ 50 ଜଣଙ୍କୁ ବିବାହ ସମାରୋହରେ ଏକାଠି ହେବାକୁ ଅନୁମତି ଦିଆଯାଇଛି ।

ଏହି ସମାରୋହ ପାଇଁ ଭୋଜି ହଲ୍, ବିବାହ ହଲ୍, ହୋଟେଲରେ 50 ଜଣଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି । ମାତ୍ର ଅନ୍ତ୍ୟେଷ୍ଟିରେ 20 ଜଣରୁ ଅଧିକ ଲୋକ ଯୋଗଦେବେ ନାହିଁ ବୋଲି କୁହାଯାଇଛି ।
ଉକ୍ତ ସ୍ଥାନରେ କୋଭିଡ କଟକଣା ଅନୁସରଣ ନକଲେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ଯଦି କୋଭିଡ ନିୟମ ଯେକୌଣସି ସ୍ଥାନରେ ଉଲ୍ଲଂଘନ ହୁଏ ତେବେ ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଏବଂ ଆଇପିସିର ଉପଯୁକ୍ତ ବିଭାଗ ଅଧୀନରେ ଏବଂ ଆଇପିସିର ଉପଯୁକ୍ତ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।












Click it and Unblock the Notifications