Get Updates
Get notified of breaking news, exclusive insights, and must-see stories!

ଟ୍ରେଡମିଲରେ ଦୌଡ଼ିବା ସମୟରେ ଲାଗିଲା କରେଣ୍ଟ, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ନୂଆଦିଲ୍ଲୀ:ଫିଟ୍ ରହିବା ବା ସୁସ୍ଥ ରହିବା ପାଇଁ ଜିମ୍ ହେଉଛି ଯୁବପିଢିଙ୍କ ପ୍ରଥମ ପସନ୍ଦ । ହେଲେ ବେଳେ ବେଳେ ଜିମ ସାଜୁଛି କାଳ । ଗତ କିଛି ଦିନ ହେଲା ଜିମରେ ୱାର୍କ ଆଉଟ୍ କରିବା ସମୟରେ ହୃଦଘାତରେ ଅନେକ ଲୋକଙ୍କର ମୃତ୍ୟୁ ଖବର ପ୍ରକାଶ ପାଇଛି । ହେଲେ ଏଥର ଟ୍ରେଡମିଲରେ ଦୌଡ଼ିବା ସମୟରେ ଚାଲିଯାଇଛି ଜଣେ ଯୁବ ଇଞ୍ଜିନିୟରଙ୍କ ଜୀବନ ।

ଦେଶର ରାଜଧାନୀ ଦିଲ୍ଲୀର ରୋହିଣି ଅଞ୍ଚଳର ଏକ ଜିମରେ ଏପରି ଅଘଟଣ ଘଟିଛି । ୨୪ ବର୍ଷିୟ ସକ୍ଷମ ପୃଥ୍ ନାମକ ଜଣେ ଯୁବ ଇଞ୍ଜିନିୟର ପ୍ରତ୍ୟେକ ଦିନ ସକାଳ ୬ଟାରେ ୱାର୍କଆଉଟ୍ କରିବା ପାଇଁ ଘରୁ ବାହାରି ଯାଆନ୍ତି । ହେଲେ ଏଥର ଜିମରେ ସକ୍ଷମଙ୍କୁ ଅପେକ୍ଷା କରିଥିଲା ମୃତ୍ୟୁ । ଜିମରେ ପହଞ୍ଚି ୱାର୍କଆଉଟ୍ ସାରି ସେ ଟ୍ରେଡମିଲରେ ଦୌଡ଼ିବା ବେଳେ ହଠାତ୍ ସେଥିରେ ବିଦ୍ୟୁତ୍ ସଂଯୋଗ ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

Rohini gym

ସୂଚାନା ଅନୁସାରେ, ରୋହିଣର ବାସିନ୍ଦା ସକ୍ଷମ ବି.ଟେକ୍ ପାସ୍ କରି ଗୁରୁଗ୍ରାମର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ସେ ୱାର୍କଆଉଟ୍ କରିବା କରିବା ପାଇଁ ପ୍ରତ୍ୟେକ ଦିନ ଘର ପାଖରେ ଥିବା Gymplex Fitness Zone ନାମକ ଏକ ଜିମକୁ ଯାଆନ୍ତି । ମଙ୍ଗଳବାର ସକାଳେ ମଧ୍ୟ ସେ ଘରୁ ବାହାରିଥିଲେ । ବାକି ବ୍ୟାୟାମ୍ ସାରି ସେ ଟ୍ରେଡମିଲରେ ଦୌଡ଼ିବା ଆରମ୍ଭ କରିଥିଲେ ହେଲେ ହଠାତ୍ ସେଥିରେ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା ଏବଂ ସକ୍ଷମ ତଳେ ପଡିଯାଇଥିଲେ ।

ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଣଟାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜିମ୍ ମାଲିକଙ୍କୁ ଗିରଫ କରିଛି । ସକ୍ଷମଙ୍କ ମୃତ୍ୟୁ ଖବର ପାଇବା ପରେ ଭାଙ୍ଗି ପଡିଛନ୍ତି ବାପା ମା'। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଏହି ଅଘଟଣ ପାଇଁ ଜିମ୍ ମାଲିକଙ୍କୁ ଦାୟି କରିଛନ୍ତି ସକ୍ଷମଙ୍କ ପରିବାର ଲୋକେ । ଜିମ୍ ମାଲିକଙ୍କ ଦାୟିତ୍ୱହିନତା ଯୋଗୁଁ ଏପରି ଅଘଟଣ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+