ଜ୍ଞାନବ୍ୟାପି ମସ୍ଜିଦ ମାମଲା; ହିନ୍ଦୁ ପୂଜା ଅନୁମତି କାଏମ, ମୁସଲିମ୍ ପକ୍ଷର ପିଟିସନ୍ ଖାରଜ
ଜ୍ଞାନବ୍ୟାପି ମସ୍ଜିଦ ମାମଲାରେ ମୁସଲିମ୍ ପକ୍ଷର ପିଟିସନ୍ ଖାରଜ ହୋଇଛି । ମୁସଲିମ୍ ପକ୍ଷର ପିଟିସନ୍ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ ।
ଜାନୁଆରୀ ୩୧ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ପୂଜା ଅନୁମତି ଦେଇଥିଲେ । ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ ।
। କୋର୍ଟ ମୁସଲିମ ପକ୍ଷଙ୍କ ଅଦେବନକୁ ଖାରଜ କରିଛନ୍ତି ଏବଂ କହିଛନ୍ତି ଯେ, ତହଖାନାରେ ପୂଜା ପାଠ ଜାରି ରହିବ । ଗତ କିଛି ଦିନ ତଳେ ବାରଣାସୀ ଜିଲ୍ଲା ଜଜ ବ୍ୟାସଙ୍କର ତେହଖାନାରେ ହିନ୍ଦି ପକ୍ଷଙ୍କୁ ପୂଜା କରିବାର ଅନୁମତି ଦେଇଥିଲେ ।

ହାଇକୋର୍ଟ ଆଦେଶ ଶୁଣାଣି କରି ବାରଣାସୀ ଜିଲ୍ଲା ଜଜ ଗତ କିଛି ଦିନ ତଳେ ପୂଜା କରିବା ପାଇଁ ଅନୁମତି ଦେଇଥିଲେ, ସେହି ପୂଜା ଆଜିଠାରୁ ଜାରି ରହିବ । ଆହ୍ଲାବାଦ ହାଇକୋର୍ଟ ଉଚ୍ଚ ନ୍ୟାୟାଳୟରେ ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରଓ୍ବାଲଙ୍କ ପୀଠ ଜ୍ଞାନବ୍ୟାପୀ ମସଜିଦର ପରିଚାଳନା କରୁଥିବା ସଂସ୍ଥା ଅଞ୍ଜୁମାନ ଇନ୍ତେଜାମିୟା ମସଜିଦ ସମିତି ଦ୍ୱାରା ଦାଖଲ କରାଯିଇଥିବା ଅବେଦନ ଉପରେ ଶୁଣାଣି କରିଥିଲେ ଏବଂ ନିଜ ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ ।












Click it and Unblock the Notifications