ଜ୍ଞାନବ୍ୟାପୀ ମାମଲା: କାର୍ବନ ଡେଟିଂ ଯାଞ୍ଚ କୁ ନେଇ 11 ରେ ପରବର୍ତ୍ତୀ ଶୁଣାଣି
ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 11 ତାରିଖରେହେବ ବୋଲି କୋର୍ଟ କହିଛନ୍ତି ।
ଲକ୍ଷ୍ନୌ: ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲା । ମସଜିଦ ସର୍ଭେ ସମୟରେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଯାଞ୍ଚକୁ ନେଇ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହାକୁ ସ୍ଥଗିତ ରଖିଥିଲେ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 11 ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି। ଶିବଲିଙ୍ଗର କାର୍ବନ ଡେଟିଂ ତଥା ଆଧୁନିକ ଉପାୟରେ ଯାଞ୍ଚ କରିବା ଲାଗି 4 ମହିଳା ଆବେଦନକାରୀ କୋର୍ଟରେ ଆବେଦନ କରିଥିଲେ ।

ମେ 20 ରେ ସୁପ୍ରିମ୍ କୋର୍ଟ ଜ୍ଞାନବ୍ୟାପୀ ମସଜିଦରେ ପୂଜା ସମ୍ବନ୍ଧୀୟ ମାମଲାକୁ ସିଭିଲ୍ ଜଜ୍ ରୁ ବାରଣାସୀର ଜିଲ୍ଲା ବିଚାରପତିଙ୍କ ନିକଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ବାରାଣାସୀ ଅଦାଲତ ଜ୍ଞାନବ୍ୟାପୀ ମସଜିଦ ପରିସରରେ ପୂଜା ଅଧିକାର ମାଗିଥିବା ହିନ୍ଦୁ ଭକ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ମକଦ୍ଦମା ବଜାୟ ରଖିବାକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇସଲାମିଆ ମସଜିଦ କମିଟିର ଏକ ଆବେଦନକୁ ଖାରଜ କରିଦେଇଥିଲେ।












Click it and Unblock the Notifications