ନିଯୁକ୍ତି ପାଇଲେ ୨ ନୂଆ ନିର୍ବାଚନ କମିଶନର; ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ

ନିଯୁକ୍ତି ପାଇଲେ ୨ ନୂଆ ନିର୍ବାଚନ କମିଶନର । ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଚୟନ ସମିତି ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇ ଦେଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିସନରଙ୍କ ଚୟନ ପାଇଁ ଗଠିତ ସମିତିର ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ ।

election commissioners

ଜ୍ଞାନେଶ କୁମାର ହେଲେ କେରଳ କ୍ୟାଡରର ବରିଷ୍ଠ ଅଧିକାରୀ । ସେହିପରି ସୁଖବିନ୍ଦର ହେଉଛନ୍ତି ପଞ୍ଜାବ କ୍ୟାଡରର ଅଧିକାରୀ । ଅରୁଣ ଗୋୟଲ ନିର୍ବାଚନ କମିସନର ପଦରୁ ଇସ୍ତଫା ଦେବା ପରେ ୨ଟି ନିର୍ବାଚନ କମିସନର ପଦ ଖାଲି ପଡିଥିଲା । ଏହି ଦୁଇଟି ପଦ ପାଇଁ ଏବେ ଦୁଇଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି ।

ସୂଚନା ଅନୁସାରେ ଆଜିର ବୈଠକରେ ଅଧୀର ରଂଜନ ଚୌଧୁରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ବୈଠକରେ ସରିବା ପରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନଥିଲା କିନ୍ତୁ ତା ପୂର୍ବରୁ ଅଧୀର ରଂଜନ ଚୌଧୁରୀ ନବନିଯୁକ୍ତି କମିଶନରଙ୍କ ନାଁ ପ୍ରଘଟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+