Get Updates
Get notified of breaking news, exclusive insights, and must-see stories!

ଗୁରୁଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଡିଭାଇଡର ସହିତ ଧକ୍କା ହେଲା ଥର,୫ ଯୁବକଙ୍କ ମୃତ୍ୟୁ

ହରିୟାଣାର ଗୁରୁଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣା ନ୍ୟାସନାଲ ହାଇୱେରୁ ବାହାରୁଥିବା ସମୟରେ ଥାରଟି ଡିଭାଇଡର ସହିତ ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ନ୍ୟାସନାଲ ହାଇୱେରୁ ଥାରଟି ବାହାରୁଥିବା ସମୟରେ ଡିଭାଇଡର ସହିତ ଧକ୍କା ହୋଇଥିଲା । ଫଳରେ ଆଜି ଭୋର ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା । ସେଥିରେ ୬ ଜଣ ଲୋକ ଥିବା ଜଣାପଡିଛି । ସେହି ୬ ଜଣଙ୍କ ମଧ୍ୟରେ ତିନି ଜଣ ଝିଅ ଏବଂ ତିନି ଜଣ ପୁଅ ରହିଥିଲେ । ସେମାନେ କୌଣସି କାମରେ ଉତ୍ତର ପ୍ରଦେଶରୁ ଗୁରୁଗ୍ରାମ ଆସିଥିଲେ ।

Gurugram Highway Accident

ସେହି ସମୟରେ ଦୁର୍ଘଟଣା ଘଟିଥିଲା । ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଗୁରୁତର ଜଣଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଛି । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+