For Quick Alerts
Turn On Notification  
For Daily Alerts
Oneindia App Download

ମୁଁ ଭାଗ୍ୟବାନ୍, କେବେ ପାକିସ୍ତାନ୍ ଯାଇନାହିଁ, ଭାରତୀୟ ମୁସଲମାନ୍ ଭାବେ ଗର୍ବିତ : ଗୁଲାମ ନବୀ ଆଜାଦ

ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ମୌଲାନା ଆଜାଦଙ୍କ ଠାରୁ ଦେଶପ୍ରେମ ଶିଖିଛି । ଏହା ସହ ଗୁଲାମ ନବୀ କାଶ୍ମୀର ପୂର୍ବ ସ୍ଥିତିକୁ ବର୍ତ୍ତମାନ ସ୍ଥିତି ସହିତ ତୁଳନା କରିଛନ୍ତି ।

|

ନୂଆଦିଲ୍ଲୀ : କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ତାଙ୍କ ବିଦୟୀ ଅଭିଭାଷଣରେ କହିଛନ୍ତି ଯେ ସେ ସେହି ଭାଗ୍ୟବାନ ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ କେବେ ପାକିସ୍ତାନ ଯାଇନାହାଁନ୍ତି । ସେ କହିଛନ୍ତି, ମୁଁ ଯେତେବେଳେ ପାକିସ୍ତାନର ପରିସ୍ଥିତି ବିଷୟରେ ପଢେ, ମୁଁ ଜଣେ ହିନ୍ଦୁସ୍ତାନୀ ମୁସଲମାନ ହୋଇଥିବାରୁ ଗର୍ବ ଅନୁଭବ କରେ । ଆଜାଦ ଫେବୃଆରୀ 15 ରେ ରାଜ୍ୟସଭାରୁ ଅବସର ନେବେ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ନିଜର ଅଭିଭାଷଣ ପ୍ରଦାନ କରିବା ସମୟରେ ଭାବପ୍ରବଣ ହେବା ସହ ଗୁଲାମ ନବୀ ଆଜାଦଙ୍କ ତ୍ୟାଗ ଓ ଅବଦାନ ନେଇ ପ୍ରଶଂସା କରିଥିଲେ ।

Gulam-Nabi-Azad

ବିଦାୟୀ ଭାଷଣରେ ସାସଂଦ ଗୁଲାମ ନବୀ କହିଛନ୍ତି, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ମୌଲାନା ଆଜାଦଙ୍କ ଠାରୁ ଦେଶପ୍ରେମ ଶିଖିଛି । ଏହା ସହ ଗୁଲାମ ନବୀ କାଶ୍ମୀର ପୂର୍ବ ସ୍ଥିତିକୁ ବର୍ତ୍ତମାନ ସ୍ଥିତି ସହିତ ତୁଳନା କରିଛନ୍ତି । ପୂର୍ବରୁ ଯେଉଁଠି ମରଣ ସାମାନ୍ୟ ଲାଗୁଥିଲା, ଆତଙ୍କବାଦର ଭୟ ରହୁଥିଲା, ସେଠି ଆଜି ସାଧାରଣ ଜୀବନ ବଞ୍ଚିଲା ଭଳି ଲାଗୁଛି । ଏହା ସହ ପାକିସ୍ତାକୁ ଦୃଢ଼ ସମାଲୋଚନା କରିଥିଲେ ଗୁଲାମ ନବୀ । ସେ କହିଥିଲେ ମୁଁ ବହୁତ ଭାଗ୍ୟବାନ ଯେ ମୁଁ କେବେ ପାକିସ୍ତାନ ଯାଇନି । ମୁଁ ଭାରତୀୟ ମୁସଲମାନ ଭାବରେ ଗର୍ବ ଅନୁଭବ କରୁଛି । ବିଶ୍ୱରେ ଯଦି କେଉଁ ମୁସଲମାନ ଅଧିକ ଗର୍ବିତ ହେବା ଉଚିତ ସେ ହେଉଛନ୍ତି ଭାରତୀୟ ମୁସଲମାନ।

ଗୁଲାମ ନବୀ ଗୃହରେ ଆହୁରି ମଧ୍ୟ କହିଛନ୍ତି, ସେ କାଶ୍ମୀରର ସବୁଠାରୁ ବଡ଼ କଲେଜରେ ପାଠ ପଢ଼ୁଥିଲେ । ସେଠାରେ ଅଗଷ୍ଟ ୧୪ ପାକିସ୍ତାନର ସ୍ୱାଧୀନତା ଦିବସ ଏବଂ ଅଗଷ୍ଟ ୧୫ରେ ଭାରତର ସ୍ୱାଧୀନତା ଦିବସ ପାଳନ କରାଯାଏ । ଆମ ସଂଖ୍ୟା ସେତେବେଳେ କମ୍ ରହିଥିବାରୁ ଏପରି ହେଉଥିଲା । ଭାରତୀୟ ସ୍ୱାଧିନତା ଦିବସ ପାଳନ ପରେ ଏକ ସପ୍ତାହ ପର୍ଯ୍ୟନ୍ତ କଲେଜ ଯିବାକୁ ଭୟ ଲାଗୁଥିଲା । ଆମକୁ ସେମାନେ ମାଡ଼ ମାରୁଥିଲେ । ସେହି ସମୟର କାଶ୍ମୀରରୁ ବାହାରି ଆମେ ଏବେର ଶାନ୍ତ କାଶ୍ମୀରରେ ପହଞ୍ଚିଛୁ ।

ସେ ଆହୁରି ମଧ୍ୟ କହିଛନ୍ତି 30ରୁ 35 ବର୍ଷ ମଧ୍ୟରେ ଆଫଗାନିସ୍ତାନ ଠାରୁ ଇରାକ ପର୍ଯ୍ୟନ୍ତ ମୁସଲମାନ ଦେଶମାନେ ପରସ୍ପର ସହ ଲଢ଼ୁଛନ୍ତି । ସେଠାରେ ହିନ୍ଦୁ କିମ୍ବା ଖ୍ରୀଷ୍ଟିଆନ ନାହାଁନ୍ତି । ପରିସ୍ଥିତି ଏପରି ହୋଇଛି ସେମାନେ ନିଜ ମଧ୍ୟରେ ଲଢ଼ୁଛନ୍ତି ଆଉ ମରୁଛନ୍ତି । ପାକିସ୍ତାନ ମୁସଲମାନ ମାନଙ୍କ ମଧ୍ୟରେ ଥିବା ଖରାପ ଗୁଣ କେବେ ହେଲେ ଭାରତୀୟ ମୁସଲମାନ ମାନଙ୍କ ମନରେ ନଆସୁ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Gulam Nabi Azad Speech in Rajya Sabha.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X