ବନ୍ଦେ ଭାରତ ଏବଂ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ ପିଏମ୍ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ବନ୍ଦେ ଭାରତ ଏବଂ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ପିଏମ ମୋଦୀ ଗାନ୍ଧିନଗରରୁ କାଲୁପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ବନ୍ଦେ ଟ୍ରେନରେ ଯାତ୍ରା କରିଥିଲେ।
ଗୁଜୁରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ବନ୍ଦେ ଭାରତ ଏବଂ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ପିଏମ ମୋଦୀ ଗାନ୍ଧିନଗରରୁ କାଲୁପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ବନ୍ଦେ ଟ୍ରେନରେ ଯାତ୍ରା କରିଥିଲେ। ଏହି ଯାତ୍ରାରେ ରେଳ ପରିବାରର ସଦସ୍ୟ, ମହିଳା ଉଦ୍ୟୋଗୀ ଏବଂ ଯୁବକମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏକବିଂଶ ଶତାବ୍ଦୀର ଭାରତ, ସହରୀ ସଂଯୋଗ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏହା ଏକ ବଡ ଦିନ। ମୁଁ ଗାନ୍ଧିନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ଅନୁଭବ କରିଛି।"ଏହି ଏକ୍ସପ୍ରେସ ଭାରତର ରେଳ ଯାତାୟାତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ଦେଶର ସହରରୁ ନୂଆ ଗତି ପାଇବାକୁ ଯାଉଛି। ପରିବର୍ତ୍ତିତ ସମୟ ଏବଂ ଆବଶ୍ୟକତା ସହିତ ଆମ ସହରଗୁଡ଼ିକୁ କ୍ରମାଗତ ଭାବରେ ଆଧୁନିକୀକରଣ କରିବା ଆବଶ୍ୟକ । ସହରରେ ପରିବହନ ବ୍ୟବସ୍ଥା ଆଧୁନିକ ହେବା ଆବଶ୍ୟକ, ନିରବଚ୍ଛିନ୍ନ ସଂଯୋଗ ରହିବା ଉଚିତ, ଗୋଟିଏ ପରିବହନ ଧାରା ଅନ୍ୟ ସହିତ ସହଯୋଗ କରିବା ଉଚିତ ।

ଏହି ବିଳାସପୂର୍ଣ୍ଣ ଟ୍ରେନ ରେ ଦୁର୍ଘଟଣା ରୋକିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନରେ 16 ଟି ଶୀତତାପ ନିୟନ୍ତ୍ରିତ କୋଚ୍ ଅଛି। ଯେଉଁଥିରେ ଏକ ହଜାରରୁ ଅଧିକ ଯାତ୍ରୀ ଏକ ସମୟରେ ଯାତ୍ରା କରିପାରିବେ । ମେଟ୍ରୋ ପରି ଏଥିରେ ସ୍ଵୟଂ ଚାଳିତ ଡୋର ରହିଛି। ବନ୍ଦେ ଭାରତ ଟ୍ରେନ୍ 2019 ରେ ଆରମ୍ଭ ହୋଇଥିଲା । ପ୍ରଥମ ଟ୍ରେନ୍ ନୂଆଦିଲ୍ଲୀ-ବାରାଣାସୀ କୁ ଯାତ୍ରା କରିଥିଲା । ବର୍ତ୍ତମାନ ଏହି ଟ୍ରେନ ଟି ଗାନ୍ଧିନଗର ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା କରିବ। ଏହା ତୃତୀୟ ବନ୍ଦେ ଭାରତ ଟ୍ରେନ।












Click it and Unblock the Notifications