Get Updates
Get notified of breaking news, exclusive insights, and must-see stories!

ମୋଦି ସରନେମ୍ ବିବାଦ ମାମଲା: ରାହୁଲ ଗାନ୍ଧିଙ୍କ ଆବେଦନ ଶୁଣାଣିରୁ ଓହରିଗଲେ ବିଚାରପତି

ଗୁଜୁରାଟ: ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ଗୀତା ଗୋପୀ ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣିରୁ ଓହରି ଯାଇଛନ୍ତି । ରାହୁଲ ଗାନ୍ଧୀ ନିଜ ଦୋଷୀ ସାବ୍ୟସ୍ତ ହେବା ଏବଂ ଦୁଇ ବର୍ଷ ପାଇଁ ଦଣ୍ଡ ସ୍ଥଗିତ ରଖିବାକୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଅପରାଧିକ ମାନହାନୀ ମାମଲାରେ ଗୁଜରାଟର ତଳ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ ।

ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଗୁଜୁରାଟକ ତଳ କୋର୍ଟ ଦେଇଥିବା ରାୟକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଯାହା ପରେ ଜଷ୍ଟିସ ଗୋପୀଙ୍କ ଖଣ୍ତପଠରେ ଶୁଣାଣି ପାଇଁ ଏହାକୁ ଧାର୍ଯ୍ୟ କରାଯାଇଥିଲା ।

rahul gandhi

ହେଲେ ଜଷ୍ଟିସ୍ ଗୋପୀ ଏହାର ଶୁଣାଣି କରିବା ପାଇଁ ଚାହୁଁ ନାହାଁନ୍ତି ବୋଲି କହିଛନ୍ତି । ହେଲେ ନିଜ ନିଷ୍ପତ୍ତି ପଛର କାରଣ ସମ୍ପର୍କରେ ସେ କିଛି କହି ନାହାନ୍ତି । ଜଷ୍ଟିସ ଗୋପୀଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଏହି ମାମଲା ହାଇକୋର୍ଟର ଅନ୍ୟ ଜଣେ ବିଚାରପତିଙ୍କୁ ହସ୍ତାନ୍ତର କରାଯିବ ।

ସୂଚନାଥାଉ ଯେ, ଗତକାଲି ମୋଦି ସରନେମ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାହୁଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଦାବି ନେଇ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ନିମ୍ନ ଅଦାଲତର ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ସେସନ୍ କୋର୍ଟ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଆଶ୍ୱସ୍ତି ମିଳି ନଥିଲା ।

ବର୍ତ୍ତମାନ ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ରାହୁଲ ଗୁଜୁରାଟ ହାଇକୋର୍ଟରେ ପହଞ୍ଚିଛନ୍ତି । ଅଧିବେଶନ କୋର୍ଟରେ ରାହୁଲଙ୍କ ଆବେଦନକୁ ଅପ୍ରେଲ ୨୦ ରେ ଖାରଜ କରାଯାଇଥିଲା

ସୂଚନାଥାଉ ଯେ, ମାର୍ଚ୍ଚ ୨୩ରେ, ରାହୁଲ ଗାନ୍ଧୀଙ୍କୁ ମୋଦି ସରନେମ୍ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 2019 ଲୋକସଭା ନିର୍ବାଚନ ପୂର୍ବରୁ ଦେଇଥିବା ମନ୍ତବ୍ୟ ଯୋଗୁଁ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହାପରେ ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ପଦ ହରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+