ଅପରେସନ ସିନ୍ଦୂରର ସଫଳତା ବଖାଣିବ ଗୁଜରାଟ ସିନ୍ଦୂର ବନ , ସରକାର ନେଲେ ବଡ ନିଷ୍ପତ୍ତି
ଅପରେସନ ସିନ୍ଦୂରର ସଫଳତା ପାଇଁ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ୨୦ ଏକର ଜଙ୍ଗଲ ଜମିରେ ସିନ୍ଦୂର ବନ ତିଆରି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଭୁଜର ଉପକଣ୍ଠ ମୀର୍ଜାପୁରରେ ଏହି ବନ ତିଆରି ହେବ। ଯାହା ଭୁଜ-ମାଣ୍ଡଭି ରାସ୍ତାରେ ଅବସ୍ଥିତ। ଏହି ପ୍ରକଳ୍ପ ସମ୍ପର୍କରେ କଚ୍ଛ ଜିଲାପାଳ ଆନନ୍ଦ ପଟେଲ ବୁଧବାର ଘୋଷଣା କରିଛନ୍ତି ।

ସିନ୍ଦୂର ବଣରେ ୩୫ ପ୍ରକାରର ଚାରାରୋପଣ କରାଯିବ। ଏହାମଧ୍ୟରେ ସିନ୍ଦୂର ଚାରା ପ୍ରମୁଖ ସ୍ଥାନ ନେବ। ମୁଖ୍ୟ ବନ ସଂରକ୍ଷକ (ସିସିଏଫ୍) ସନ୍ଦୀପ କୁମାର କହିଛନ୍ତି ଯେ ବର୍ଡର ଆଉଟପୋଷ୍ଟ ଥିବା ସ୍ଥାନରେ ମଧ୍ୟର ସିନ୍ଦୂର ଚାରା ରୋପଣ କରାଯିବ।












Click it and Unblock the Notifications