କେଉଁଠି ରହିଛି ଦେଶର ପ୍ରଥମ ସୋଲାର ଗାଁ, ପଢନ୍ତୁ
ଦେଶକୁ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ମିଶନକୁଦୃଷ୍ଟିରେ ରଖି ଗୁଜୁରାଟ ସରକାର ଆରମ୍ଭ କରିଛନ୍ତି ଏହି ନୂତନ ପ୍ରକଳ୍ପ ।
ଅହମଦାବାଦ: ଦେଶକୁ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ମିଶନକୁଦୃଷ୍ଟିରେ ରଖି ଗୁଜୁରାଟ ସରକାର ଆରମ୍ଭ କରିଛନ୍ତି ଏହି ନୂତନ ପ୍ରକଳ୍ପ । ଦେଶର ପ୍ରଥମ ସୋଲାର ଗାଁ ହେବାକୁ ଯାଉଛି ଗୁଜରାଟର ମେହସାଣା ଜିଲ୍ଲାର ମୋଢେରା । ତେବେ ଏହି ଅଞ୍ଚଳ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ। ବର୍ତ୍ତମାନ ସୋଲାର ଭିଲେଜ ନାମରେ ପରିଚିତ ହେବ । ଦିନର 24 ଘଣ୍ଟା ଏବଂ ସପ୍ତାହର 7 ଦିନ ସୌର ଉର୍ଜାରେ ପାରିଚାଳିତ ହେବ ପୁରା ଗାଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ଆଜି ମୋଢେରାକୁ ଦେଶର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ଭାବେ ଘୋଷଣା କରିବେ। ଗାଁରେ 1300ରୁ ଅଧିକ ସୋଲାର ପ୍ୟାନେଲ ଲାଗିଛି। ଏହାଦ୍ୱାରା ଗାଁରେ 24 ଘଣ୍ଟା ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ମାଗଣାରେ ସମସ୍ତ ଗ୍ରାମବାସୀ ଏହାର ବ୍ୟବହାର କରି ପାରିବେ। ଏଥିପାଇଁ 80.66 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗ୍ରାମରେ ମୋଟ ଏକ ହଜାର ସୋଲାର ପ୍ୟାନେଲ ଇନଷ୍ଟଲ କରାଯାଇଛି । ପ୍ରତ୍ୟେକ ଘର ଉପରେ ଏହି ପ୍ଲେଟ ଇନଷ୍ଟଲ କରାଯାଇଛି।












Click it and Unblock the Notifications