ଭୟଙ୍କର ଅଗ୍ନିକାଣ୍ଡ , ଜଳିଗଲା ୪ ଶହ କୋଟି ଟଙ୍କାର ସମ୍ପତ୍ତି
ଗୁଜରାଟ ଦାହୁଦରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ୭୦ ମେଗାଓ୍ବାଟ୍ ସୋଲାର ପାଓ୍ବାର ପ୍ଲାଣ୍ଟରେ ଏଭଳି ଅଘଟଣ ଘଟିଛି। ଏଥିରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ବହୁ ମୂଲ୍ୟବାନ୍ ଯନ୍ତ୍ରାଂଶ ମଧ୍ୟ ନଷ୍ଟ ହୋଇଯାଇଛି। ପ୍ଲାଣ୍ଟରେ ଗଚ୍ଛିତ ଥିବା ପ୍ରାୟ ୯୫ ଭାଗ ସାମଗ୍ରୀ ନଷ୍ଟ ହୋଇଛି। ଅଗ୍ନିକାଣ୍ଡ ଘଟିବା ମାତ୍ରେ ଏନଟିପିସିର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ। ଅଗ୍ନିଶମ ବାହିନୀ ବି ନିୟୋଜିତ ହୋଇଥିଲେ। ମାତ୍ର ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇପାରି ନଥିଲା। ସେପଟେ ଅଗ୍ନିକାଣ୍ଡ ପଛରେ ସ୍ଥାନୀୟ ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି। ସିସିଟିଭି ଆଧାରରେ ପୋଲିସ ତଦନ୍ତ ଜାରି ରହିଛି। ପ୍ଲାଣ୍ଟର କାମକୁ ସ୍ଥାନୀୟ ଲୋକ ବିରୋଧ କରିଆସୁଥିଲେ ।ଖବର ପାଇ ଏନଟିପିସିର ଅଧିକାରୀ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ।

ପୁଲିସ୍ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି। ଅଗ୍ନିକାଣ୍ଡ ପଛରେ ସ୍ଥାନୀୟ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଦୀର୍ଘ ଦିନରୁ କିଛି ସ୍ଥାନୀୟ ଲୋକ ପ୍ଲାଣ୍ଟ କାମକୁ ବିରୋଧ କରି ଆସୁଥିଲେ।












Click it and Unblock the Notifications