Get Updates
Get notified of breaking news, exclusive insights, and must-see stories!

ଗେମିଂ ଜୋନରେ ଅଗ୍ନିକାଣ୍ତ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Gujarat Fire Accident: ଗୁଜୁରାଟ ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ତ ଘଟଣାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ । ସୋମବାର ଦିନ ରାଜସ୍ଥାନ ଆବୁ ରୋଡରୁ ଅଭିଯୁକ୍ତ ଧୱଲ ଠକ୍କରଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇ ସରିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଧୱଲ ଠକ୍କର ଗେମିଂ ଜୋନରେ ଅଗ୍ନାକାଣ୍ତ ପରେ ସହରର ଛାଡି ପଳାଇଯାଇଥିଲା । ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରି ୧୪ ଦିନ ପାଇଁ ପୋଲିସ ରିମାଣ୍ତରେ ପଠାଯାଇଛି । ଉକ୍ତ ଗେମିଂ ଜୋନର ମାଲିକ ସମେତ ୩ ଜଣଙ୍କୁ ଗିରଫ କରାଯାଇ ସରିଲାଣି । ସେହିପରି ଆହୁରି ୨ ଜଣ ଫେରାର ଥିବା ନେଇ ସୂଚନା ରହିଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

Gujarat Fire Accident

ଗିରଫ ହୋଇଥିୂବା ୩ ଅଭିଯୁକ୍ତଙ୍କୁ ରାଜକୋଟ ଜିଲ୍ଲା କୋର୍ଟ ହେପାଜତକୁ ପଠାଯାଇଛି । ଅନ୍ୟପକ୍ଷରେ ଗେମିଂ ଜୋନ୍ ଅଗ୍ନିକାଣ୍ତ ଘଟଣାରେ ରାଜ୍ୟ ସରକାର ୭ ସରକାରୀ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି । ସେହିପରି ଗୁଜୁରାଟ ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ତାଗିତ କରିଛି । ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବଙ୍କୁ ମଧ୍ୟ ବଦଳି କରାଯାଇଛି । ସୂଚନାଥାଉ ଯେ, ମେ ୨୫ ତାରିଖରେ ଅର୍ଥାତ୍ ଗତ ଶନିବାର ଦିନ ଗୁଜୁରାଟ ଗେମିଂ ଜୋନ୍ ଅଗ୍ନିକାଣ୍ତ ଘଟିଥିଲା ।ଯେଉଁଥିରେ ମୋଟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+