Get Updates
Get notified of breaking news, exclusive insights, and must-see stories!

ଚୋରି କଲେ ଶିବ ଲିଙ୍ଗ, ଗିରଫ ହେଲେ ପରିବାରର ୮ ଜଣ

ଭିଡ୍‌ଭଞ୍ଜନ ମହାଦେବ ମନ୍ଦିରରୁ ଶିବଲିଙ୍ଗ ଆଣି ଘରେ ରଖିଲେ ପରିବାରର ସମସ୍ତ ସମସ୍ୟା ସମାଧାନ ସହ ସୁଖ, ଶାନ୍ତି ଫେରି ଆସିବ ବୋଲି ବହୁ ଦିନର ସ୍ବପ୍ନ ଥିଲା। ଝିଅର ଏଭଳି ସ୍ବପ୍ନକୁ ପୂରଣ କରିବା ପାଇଁ ପରିବାର ଲୋକେ ନିଜ ଗ୍ରାମଠାରୁ ୫୦୦କିଲୋମିଟର ଦୂରରେ ଅବସ୍ଥିତ ମହାଦେବ ମନ୍ଦିରରୁ ଶିବ ଲିଙ୍ଗ ଚୋରି କରି ଆଣି ନିଜ ଘରେ ପ୍ରତିଷ୍ଠା କଲେ। ପୋଲିସ ଏନେଇ ଜାଣିବା ପରେ ପରିବାରର ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି ଏକ ଘଟଣା ଘଟିଛି ଗୁୁଜରାଟର ଦ୍ୱାରକା ଅଞ୍ଚଳରେ। ଚୋରି ହୋଇଥିବା ଶିବଲିଙ୍ଗକୁ ଉଦ୍ଧାର କରାଯିବା ପରେ ତାକୁ ପୁଣି ମନ୍ଦିରରେ ପୁନଃସ୍ଥାପନା କରାଯାଇଛି।

ମିଳିଥିବା ସୂଚନାନୁସାରେ ଗୁଜରାଟର ସବରକଣ୍ଠ ଜିଲାର ହିମତ୍‌ ନଗରବାସୀ ମହେନ୍ଦ୍ର ମକ୍‌ଓ୍ବାନାଙ୍କ ଝିଆରୀଙ୍କ ସ୍ବପ୍ନ ଥିଲା ଯେ, ଦ୍ୱାରକାସ୍ଥିତ ଭିଡ୍‌ଭଞ୍ଜନ ମହାଦେବ ମନ୍ଦିରର ଶିବଲିଙ୍ଗକୁ ଆଣି ଘରେ ସଂସ୍ଥାପନ କରିବାକୁ । ଏହାଦ୍ୱାରା ପରିବାରର ସବୁ ସମସ୍ୟା ଦୂର ହୋଇଯିବ। ଏପରି କି ସେ ମନ୍ଦିରରୁ ଶିବଲିଙ୍ଗ ଚୋରି କରି ଆଣିବାକୁ ପରିବାର ଲୋକଙ୍କୁ ମଧ୍ୟ ବିଭିନ୍ନ ସମୟରେ ପ୍ରବର୍ତ୍ତାଉଥିଲେ। ଝିଅର ସ୍ବପ୍ନକୁ ପୂରଣ କରିବାକୁ ପରିବାରର ୮ଜଣ ସଦସ୍ୟ ନିଜ ଗ୍ରାମଠାରୁ ୫୦୦ କିଲୋମିଟର ଦୂର ଦ୍ୱାରକା ଯାଇଥିଲେ।

Gujarat family steals Shivling from temple

ସେଠାରେ କିଛି ଦିନ ରହି ହର୍ସଦସ୍ଥିତ ଭିଡ୍‌ଭଞ୍ଜନ ମହାଦେବ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଉକ୍ତ ମନ୍ଦିରରୁ ଶିବଲିଙ୍ଗ ଚୋରାଇ ଆଣିଥିଲେ। ଏପରି କି ଗତ ମହାଶିବରାତ୍ରି ଦିନ ଶିବଲିଙ୍ଗକୁ ଘରେ ପ୍ରତିଷ୍ଠା କରି ପୂଜା କରିଥିଲେ। ମନ୍ଦିରରୁ ଶିବଲିଙ୍ଗ ଚୋରି ହେବା ପରେ ଦ୍ୱାରକା ପୋଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ତଲାସି କରିଥିଲା। ତଦନ୍ତ ସମୟରେ ବିଭିନ୍ନ ତଥ୍ୟକୁ ଆଧାର କରି ୫୦୦ କି.ମି. ଦୂର ସର୍ବକଣ୍ଠା ଗ୍ରାମକୁ ଯାଇ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ ଥିଲା। ପୋଲିସ ଚୋରି ଶିବ ଲିଙ୍ଗକୁ ଉଦ୍ଧାର କରିବା ସହ ମହେନ୍ଦ୍ର ଏବଂ ୩ଜଣ ମହିଳାଙ୍କ ସମେତ ତାଙ୍କ ପରିବାରର ୮ଜଣଙ୍କୁ ଗିରଫ କରିଥିବା ଦ୍ୱାରକା ଏସ୍‌ପି ନୀତିଶ ପାଣ୍ଡେ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+