ଡିସେମ୍ବର 12 ତାରିଖରେ ଶପଥ ନେବେ ଭୁପେନ୍ଦ୍ର ପଟେଲ୍, ଯୋଗ ଦେବେ ମୋଦୀ ଓ ଅମିତ ଶାହା
ଗୁଜରାଟ ବିଧାନସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି ରାଜ୍ୟର ରାଜନୈତିକ ଇତିହାସରେ ସବୁଠୁ ବଡ ବିଜୟ ହାସଲ କରିଛି ।
ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି ରାଜ୍ୟର ରାଜନୈତିକ ଇତିହାସରେ ସବୁଠୁ ବଡ ବିଜୟ ହାସଲ କରିଛି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଭାରତୀୟ ଜନତା ପାର୍ଟି 157 ଟି, କଂଗ୍ରେସ 17 ଟି ଏବଂ ଆମ୍ ଆଦମୀ ପାର୍ଟି 4 ଟି ଆସନରେ, 4 ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । 1995 ମସିହାରୁ ରାଜ୍ୟରେ କୌଣସି ବିଧାନସଭା ନିର୍ବାଚନରେ ବିଜେପି ହାରି ନାହିଁ ।

ଗୁଜୁରାଟ ବିଜେପି ସଭାପତି କହିଛନ୍ତି ଯେ, ଭୁପେନ୍ଦ୍ର ପଟେଲ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ବିଧାନସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପାଇଁ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା 6 ଟାରେ ଦିଲ୍ଲୀ ବିଜେପି ମୁଖ୍ୟାଳୟକୁ ଯିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନେଡା ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ।
ସେପଟେ ଗୁଜୁରାଟରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗାଧବୀ ଖମ୍ବଲିଆ ନିର୍ବାଚନମଣ୍ଡଳୀରୁ ବିଜେପିର ଆୟର ମୁଲୁଭାଇ ହାର୍ଦ୍ଦାସଭାଇ ବେରା ନିର୍ବାଚନରେ ହାରିଛନ୍ତି ।












Click it and Unblock the Notifications