ଗୁଜୁରାଟରେ ଗଡ଼ିଲା ରଥ, ମୁଖ୍ୟମନ୍ତ୍ରୀ କଲେ ଛେରା ପହଁରା
ପବିତ୍ର ରଥଯାତ୍ରା ଉପଲକ୍ଷେ ଅହମଦାବାଦରେ ଗଡିଲା ରଥ । ଆଜି ସକାଳେ ଅହମଦାବାଦରେ ୧୪୮ ତମ ରଥଯାତ୍ରା ପାଳିତ ହୋଇଯାଇଛି । ଯେଉଁଠାରେ ଜଗନ୍ନାଥମୟ ହୋଇଛି ପୂରା ପରିବେଶ । ଭକ୍ତ ଭଗବାନଙ୍କର ମିଳନ ହୋଇଛି । ତିନି ରଥରେ ତିନି ଠାକୁରଙ୍କୁ ବସାଇ ରଥ ଟାଣିଛନ୍ତି ଭକ୍ତ ।
ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରଥଯାତ୍ରା ପହଣ୍ଡି ବିଧି କରିବା ସହ ଛେରା ପହଁରା କରିଥିଲେ ପରେ ରଥଟଣା ଆରମ୍ଭ ହୋଇଥିଲା । ସକାଳେ ଅମିତ ଶାହ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ରଥଯାତ୍ରା ପାଇଁ ବାହାରିଥିବା ଏକ ଶୋଭାଯାତ୍ରାରେ ୧୮ଟି ହାତୀ, ୧୦୦ ଟ୍ରକ, ସଂକୀର୍ତ୍ତନ ମଣ୍ଡଳୀ ସହ ୩୦ଟି ଆଖଡା ସାମିଲ ଅଛନ୍ତି ଯେଉଁମାନେ ଦିନ ତମାମ ୧୬ କିମି ବାଟ ଯିବେ । ୧୦୦ଟି ଟ୍ରକ୍ ବିଭିନ୍ନ ଥିମକୁ ନେଇ ସୁସଜ୍ଜିତ ହୋଇଛି ।

ସେପଟେ ପଶ୍ଚିମବଙ୍ଗରେ ମଧ୍ୟ ରଥଯାତ୍ରା ପାଇଁ ପ୍ରସ୍ତୁତି ସରିଲାଣି । ନୂଆକରି ହୋଇଥିବା ଦୀଘା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆରମ୍ଭ ହେବ । କେବଳ ଏହି ଦୁଇ ଜାହଗା ନୁହେଁ ଓଡିଶା ବାହାରେ ବି ବଡ଼ ଧୁମଧାମରେ ରଥଯାତ୍ରା ପାଳନ ହେଉଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications