For Quick Alerts
Turn On Notification  
For Daily Alerts
Oneindia App Download

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ , ଆଇଆଇଟି ଗ୍ରାଜୁଏଟ ଗିରଫ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ । ଆଇଆଇଟି ଗ୍ରାଜୁଏଟଙ୍କୁ ଗିରଫ କଲା ଏଟିଏସ।

|

ଅହମ୍ମଦାବାଦ: ଗୁଜରାଟ ଆତଙ୍କବାଦୀ ନିରୋଧୀ ଦଳ (ଏଟିଏସ୍ ) କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ଅଭିଯୋଗରେ ଶନିବାର ରାତିରେ ଉତ୍ତରପ୍ରଦେଶର ବଦାଉନର ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଗୁଜୁରାଟ ଏଟିଏସ ଅଧିକାରୀଙ୍କ କହିବାନୁସାରେ, ବଦାଉନର ଆଦର୍ଶନଗର ନିବାସୀ ଅମନ ସକ୍ସେନା ନାମକ ବ୍ୟକ୍ତି ସୋମବାର ଜାମନଗରରେ ଏକ ରାଲିରେ ମୋଦୀଙ୍କୁ ଧମକପୂର୍ଣ୍ଣ ଇମେଲ ପଠାଇଥିଲେ।

ats

ସକ୍ସେନାଙ୍କର ଆଇଆଇଟି ମୁମ୍ବାଇରୁ ବିଟେକ୍ ଡିଗ୍ରୀ ଅଛି ଏବଂ ସକ୍ସେନା ଭଲ ପାଉଥିବା ଯୁବତୀଙ୍କ ନିକଟତର ଜଣେ ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନେବାକୁ ସେହି ଇମେଲ୍ ପଠାଇଥିଲେ "ଗୃହ ମନ୍ତ୍ରଣାଳୟ ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)କୁ ଧମକପୂର୍ଣ୍ଣ ଇମେଲ ସମ୍ପର୍କରେ ଗୁଜୁରାଟ ଏଟିଏସକୁ ତଦନ୍ତ ଦାୟିତ୍ୱ ଦେଇଛି। ଯାହା ପରେ, ଏଟିଏସ ଏକ ଅନୁସନ୍ଧାନ ଆରମ୍ଭ କରିଥିଲା ଏବଂ ସେହି ଇମେଲର ପଠାଇଥିବା ବ୍ୟକ୍ତିଙ୍କୁ ଆଦର୍ଶନଗରରେ ଠାବ କରିଥିବା ଏଟିଏସ ଅଧିକାରୀ କହିଛନ୍ତି।

ଅଧିକ ଅନୁସନ୍ଧାନ ପାଇଁ ସକ୍ସେନାଙ୍କୁ ବଦାଉନରେ ପୋଲିସ ଲାଇନକୁ ନିଆଯାଇଥିଲା। ଏଟିଏସ୍ ଦ୍ୱାରା ପୁଙ୍ଖାନୁପୁଙ୍ଖ ପଚରାଉଚରା ସମୟରେ ସକ୍ସେନା ପ୍ରକାଶ କରିଥିଲେ ଯେ ସେ ସେହି ଇମେଲ୍ ଜଣେ ବ୍ୟକ୍ତିଙ୍କ ନାମରେ ପଠାଇଥିଲେ ଯିଏ ସକ୍ସେନାଙ୍କ ପ୍ରେମିକାଙ୍କ ନିକଟତର ଥିଲେ। ସକ୍ସେନା ସେହି ବ୍ୟକ୍ତିଙ୍କୁ ଏକ ମିଥ୍ୟା ମାମଲାରେ ଫସାଇବାକୁ ଚାହୁଁଥିଲେ। ତଥାପି, ଆମେ ସମସ୍ତ ସମ୍ଭାବ୍ୟ କୋଣର ଅନୁସନ୍ଧାନ କରିବୁ ବୋଲି ଜଣେ ବରିଷ୍ଠ ଏଟିଏସ୍ ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ଆଇଟି ଆକ୍ଟର ଅନ୍ୟ ଅଭିଯୋଗ ସହିତ ଅଜ୍ଞାତ ଯୋଗାଯୋଗ ମାଧ୍ୟମରେ ଧମକ ପଠାଇବା ପାଇଁ ଏଜେନ୍ସି ସାକ୍ସେନାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The Gujarat anti-terrorist squad (ATS) on Saturday night arrested a 25-year-old man from Badaun in Uttar Pradesh for allegedly sending a threatening email to Prime Minister Narendra Modi a few days ago.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X