Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ , ଆଇଆଇଟି ଗ୍ରାଜୁଏଟ ଗିରଫ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକପୂର୍ଣ୍ଣ ଇ-ମେଲ୍ । ଆଇଆଇଟି ଗ୍ରାଜୁଏଟଙ୍କୁ ଗିରଫ କଲା ଏଟିଏସ।

ଅହମ୍ମଦାବାଦ: ଗୁଜରାଟ ଆତଙ୍କବାଦୀ ନିରୋଧୀ ଦଳ (ଏଟିଏସ୍ ) କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ଅଭିଯୋଗରେ ଶନିବାର ରାତିରେ ଉତ୍ତରପ୍ରଦେଶର ବଦାଉନର ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଗୁଜୁରାଟ ଏଟିଏସ ଅଧିକାରୀଙ୍କ କହିବାନୁସାରେ, ବଦାଉନର ଆଦର୍ଶନଗର ନିବାସୀ ଅମନ ସକ୍ସେନା ନାମକ ବ୍ୟକ୍ତି ସୋମବାର ଜାମନଗରରେ ଏକ ରାଲିରେ ମୋଦୀଙ୍କୁ ଧମକପୂର୍ଣ୍ଣ ଇମେଲ ପଠାଇଥିଲେ।

ats

ସକ୍ସେନାଙ୍କର ଆଇଆଇଟି ମୁମ୍ବାଇରୁ ବିଟେକ୍ ଡିଗ୍ରୀ ଅଛି ଏବଂ ସକ୍ସେନା ଭଲ ପାଉଥିବା ଯୁବତୀଙ୍କ ନିକଟତର ଜଣେ ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନେବାକୁ ସେହି ଇମେଲ୍ ପଠାଇଥିଲେ "ଗୃହ ମନ୍ତ୍ରଣାଳୟ ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)କୁ ଧମକପୂର୍ଣ୍ଣ ଇମେଲ ସମ୍ପର୍କରେ ଗୁଜୁରାଟ ଏଟିଏସକୁ ତଦନ୍ତ ଦାୟିତ୍ୱ ଦେଇଛି। ଯାହା ପରେ, ଏଟିଏସ ଏକ ଅନୁସନ୍ଧାନ ଆରମ୍ଭ କରିଥିଲା ଏବଂ ସେହି ଇମେଲର ପଠାଇଥିବା ବ୍ୟକ୍ତିଙ୍କୁ ଆଦର୍ଶନଗରରେ ଠାବ କରିଥିବା ଏଟିଏସ ଅଧିକାରୀ କହିଛନ୍ତି।

ଅଧିକ ଅନୁସନ୍ଧାନ ପାଇଁ ସକ୍ସେନାଙ୍କୁ ବଦାଉନରେ ପୋଲିସ ଲାଇନକୁ ନିଆଯାଇଥିଲା। ଏଟିଏସ୍ ଦ୍ୱାରା ପୁଙ୍ଖାନୁପୁଙ୍ଖ ପଚରାଉଚରା ସମୟରେ ସକ୍ସେନା ପ୍ରକାଶ କରିଥିଲେ ଯେ ସେ ସେହି ଇମେଲ୍ ଜଣେ ବ୍ୟକ୍ତିଙ୍କ ନାମରେ ପଠାଇଥିଲେ ଯିଏ ସକ୍ସେନାଙ୍କ ପ୍ରେମିକାଙ୍କ ନିକଟତର ଥିଲେ। ସକ୍ସେନା ସେହି ବ୍ୟକ୍ତିଙ୍କୁ ଏକ ମିଥ୍ୟା ମାମଲାରେ ଫସାଇବାକୁ ଚାହୁଁଥିଲେ। ତଥାପି, ଆମେ ସମସ୍ତ ସମ୍ଭାବ୍ୟ କୋଣର ଅନୁସନ୍ଧାନ କରିବୁ ବୋଲି ଜଣେ ବରିଷ୍ଠ ଏଟିଏସ୍ ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ଆଇଟି ଆକ୍ଟର ଅନ୍ୟ ଅଭିଯୋଗ ସହିତ ଅଜ୍ଞାତ ଯୋଗାଯୋଗ ମାଧ୍ୟମରେ ଧମକ ପଠାଇବା ପାଇଁ ଏଜେନ୍ସି ସାକ୍ସେନାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+