ଉତ୍ତରାଖଣ୍ଡ ପରେ ଗୁଜୁରାଟରେ ଖୁବଶୀଘ୍ର ଲାଗୁ ହେବ UCC, ଗଠନ ହେଲା ୫ ଜଣିଆ କମିଟି
ଉତ୍ତରାଖଣ୍ଡ ପରେ ଗୁଜୁରାଟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ସମାନ ନାଗରିକ ସଂହିତା (UCC) । ଏ ନେଇ ୫ ସଦସ୍ୟ ବିଶିଷ୍ଟ କମିଟି ଘୋଷଣା କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ଦେଶାଇ କିମିଟିର ଅଧ୍ୟକ୍ଷତା କରିବେ । ୟୁସିସି ଲାଗୁ ହେଲେ ଦେଶର ଦ୍ବିତୀୟ ରାଜ୍ୟ ହେବ ଗୁଜୁରାଟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଦେଶାଇଙ୍କ ଅଧ୍ୟକ୍ଷତାରେ କିମିଟି ଗଠନ କରାଯାଇଛି ।

ଏହି କମିଟି ୪୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ। ରିପୋର୍ଟରେ କରାଯାଇଥିବା ସୁପାରିଶ ଆଧାରରେ ଆଇନ ଆସିବ ବୋଲି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ। ୨୦୨୨ରେ ୟୁସିସି ଉପରେ ଅଧିକ ତର୍ଜମା କରିବା ପାଇଁ ଏକ କମିଟି ଗଠନ କରିବାକୁ ଗୁଜରାଟ ବିଧାନସଭାରେ ସ୍ବୀକୃତି ପାଇଥିଲା। ୟୁସିସି ତଥା ଏକକ ଆଇନ ବ୍ୟବସ୍ଥା ଦ୍ବାରା ରାଜ୍ୟର ସବୁ ନାଗରିକଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା ଲାଗୁ କରାଯିବ। ଚଳିତ ବର୍ଷ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡର ବିଜେପି ସରକାର ୟୁସିସି ଲାଗୁ କରିଛନ୍ତି।












Click it and Unblock the Notifications