ନିର୍ମାଣାଧିନ କୋଠା ଲିଫ୍ଟରୁ ଖସି 8 ଶ୍ରମିକ ମୃତ
ବୁଧବାର ଗୁଜୁରାଟର ଅହମ୍ମଦାବାଦରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଅହମ୍ମଦାବାଦ: ବୁଧବାର ଗୁଜୁରାଟର ଅହମ୍ମଦାବାଦରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି । ଗୁଜୁରାଟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିକଟରେ ଏହି କୋଠା ନିର୍ମାଣ କରାଯାଉଥିଲା।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ହେଲେ, ସଞ୍ଜୟଭାଇ ବାବୁଭାଇ ନାୟକ, ଜଗଦୀଶଭାଇ ରମେଶଭାଇ ନାୟକ, ଅଶ୍ୱିନଭାଇ ସୋମଭାଇ ନାୟକ, ମୁକେଶ ଭାରତଭାଇ ନାୟକ, ମୁକେଶଭାଇ ଭାରତଭାଇ ନାୟକ, ରାଜମାଲ ସୁରେଶଭାଇ ଖରାଡି ଏବଂ ପଙ୍କଜଭାଇ ଶଙ୍କରଭାଇ ଖରାଡି। ଅନ୍ୟ ଜଣଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ଜଣା ପଡିନାହିଁ ।












Click it and Unblock the Notifications