ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ପ୍ରତିକ୍ରିୟା
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ବରିଷ୍ଠ ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ ଗତକାଲି ଅର୍ଥାତ୍ ରବିବାର ଭୋର ସମୟରେ ନିଜ ବିଏମ୍ଡବ୍ଲ୍ୟୁରେ ଦ୍ରୁତଗତିରେ ଯାଉଥିବାବେଳେ ମୁମ୍ବାଇର ୱର୍ଲିରେ ଏକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ । ବିଏମ୍ଡବ୍ଲ୍ୟୁ ୧୦୦ ମିଟର ପର୍ଯ୍ୟନ୍ତ ସ୍କୁଟିକୁ ଟାଣିନେବାରୁ ଆରୋହୀ ମତ୍ସ୍ୟଜୀବୀ ଦମ୍ପତି ଗୁରୁତର ହୋଇଥିଲେ ।
ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଉ ବର୍ତ୍ତମାନ ଏହି ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବସେନା ନେତାଙ୍କ ପୁଅ ମିହିର ଶାହ ହୋଇଯାଇଛନ୍ତି ଫେରାର । ଦୁର୍ଘଟଣା ପରେ ମିହିର ଫେରାର୍ ଥିବାବେଳେ ୬ଟି ପୁଲିସ ଟିମ୍ ତାଙ୍କୁ ଖୋଜୁଛି । ଅନ୍ୟପଟେ ବର୍ତ୍ତମାନ ଏହି ମାମଲାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ଶିବସେନା ନେତା ରାଜେଶ ଶାହାଙ୍କ ପୁଅ ମିହିର ଶାହାଙ୍କ ବିରୋଧରେ ହିଟ୍ ଆଣ୍ଡ୍ ରନ୍ ମାମଲା ଲାଗିଥିବା ବେଳେ ଏକନାଥ ସିନ୍ଦେ କହିଛନ୍ତି, ''ମୁଁ ମୁଖ୍ୟମନ୍ତ୍ରୀ ଥିବା ଭିତରେ କାହାକୁ ବି କୋହଳ ମିଳିବ ନାହିଁ'' । ଏକନାଥ ସିନ୍ଦେ ଆହୁରି ବି କହିଛନ୍ତି ଯେ ହିଟ୍ ଆଣ୍ଡ୍ ରନ୍ ଅଭିଯୁକ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଲାଗୁ ହେବ । ଧନୀ କିମ୍ବା ରାଜନେତା ଯିଏ ବି ହୁଅନ୍ତୁ ବା ସୋମାନଙ୍କର ପିଲା ହୁଅନ୍ତୁ ସେମାନେ ନିଜ ଭୁଲ୍ର ପରିଣାମ ଭୋଗିବେ ବୋଲି ମୁଖ୍ରମନ୍ତ୍ରୀ କହିଛନ୍ତି ।












Click it and Unblock the Notifications