ଅନନ୍ତ-ରାଧିକାଙ୍କ ବିବାହରେ QR' ଦେଖାଇ ମିଳିଲା ଏଣ୍ଟ୍ରୀ
Anant Ambani and Radhika Merchant Wedding: ଶେଷ ହେଲା ଅମ୍ବାନୀ ପରିବାରର ଗ୍ରାଣ୍ତ ୱେଡିଙ୍ଗ୍ । ହେଲେ ଆଜି ବି ବେଶ ଚର୍ଚ୍ଚାରେ ରହିଛି ୨୦୨୪ର ସବୁଠୁ ବଡ଼ ବିବାହ । ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ବିବାହରେ ବଲିଉଡର ଅନେକ ବଡ଼ ବଡ଼ ସେଲିବ୍ରିଟି, ବ୍ୟବସାୟୀ ମଧ୍ୟ ଯୋଗ ଦେଇଥିଲେ ତେବେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ବିନା ଏତେ ବଡ ବିବାହ ହୋଇପାରି ନଥାନ୍ତା ।
ଅନନ୍ତ ଏବଂ ରାଧିକା ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କରିଥିଲେ। ଏହି ସମୟ ମଧ୍ୟରେ ବିବାହ ପାଇଁ ଆସୁଥିବା ଅତିଥିମାନଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିବାହ ସମାରୋହରେ ପହଞ୍ଚିବା ପାଇଁ ଅତିଥିଙ୍କ ଫୋନକୁ ଏକ QR କୋଡ୍ ପଠାଯାଉଥିଲା ଏବଂ ଗୁଗୁଲ୍ ଫର୍ମ ପରି ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯାଇଥିଲା । ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗଦେବା ପାଇଁ ଅତିଥିମାନେ ପ୍ରଥମେ ଗୁଗୁଲ୍ ଫର୍ମ ପୂରଣ କରିଥିଲେ ପରେ ତାଙ୍କୁ ମଣ୍ତପ ଭିତରକୁ ଏଣ୍ଟ୍ରି ମିଳୁଥିଲା ।

ପ୍ରଥମ ଥର ପାଇଁ ବିବାହରେ ଏପରି ଟେକ୍ନୋଲୋଜିର ବ୍ୟବହାର କରାଯାଇଛି
ପ୍ରକୃତରେ, ଗୁଗୁଲ ଫର୍ମ ଏବଂ ଇମେଲ ମାଧ୍ୟମରେ ବିବାହରେ ଆସୁଥିବା ଅତିଥିମାନଙ୍କ ଉପସ୍ଥିତି ନିଶ୍ଚିତ କରାଯାଉଥିଲା । ଏହା ପ୍ରଥମ ଥର ଯେ କୌଣସି ବିବାହକୁ ଯିବା ପାଇଁ ଅତିଥିଙ୍କୁ ଗୁଗଲ ଫର୍ମ ପୂରଣ କରିବା ପାଇଁ ପଡିଥିଲା । ବିବାହକୁ ଆସୁଥିବା ଅତିଥିମାନଙ୍କୁ ଇମେଲ ଏବଂ ଗୁଗୁଲ ଫର୍ମ ମାଧ୍ୟମରେ ସେମାନଙ୍କ ଏଣ୍ଟ୍ରି ନିଶ୍ଚିତ କରିବାକୁ କୁହାଯାଇଥିଲା। ଏହା ସହିତ, କାର୍ଯ୍ୟକ୍ରମର ୬ ଘଣ୍ଟା ପୂର୍ବରୁ ବିବାହକୁ ଆସୁଥିବା ସମସ୍ତ ଅତିଥିଙ୍କୁ QR କୋଡ୍ ପଠାଯାଇଥିଲା ।
ଅତିଥିମାନେ ବିବାହ ମଣ୍ତପରେ ପହଞ୍ଚିବା ମାତ୍ରେ, ମୋବାଇଲ୍ ଫୋନରେ ପଠାଯାଇଥିବା QR କୋଡ୍ ଏବଂ ଇମେଲ୍ ସ୍କାନ କରିବା ପରେ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା । ଏହା ସହିତ, ସମସ୍ତ ଅତିଥିଙ୍କ ହାତରେ ବିଭିନ୍ନ ରଙ୍ଗର କାଗଜର ବ୍ୟାଣ୍ତ ବନ୍ଧାଯାଉଥିଲା । ରଙ୍ଗ ଆଧାରରେ ବିଭିନ୍ନ କ୍ଷେତ୍ରରେ ଏଣ୍ଟ୍ରି କରାଯାଉଥିଲା ।












Click it and Unblock the Notifications