GST ଟିକସ ହାର ହ୍ରାସ ଯୋଗୁଁ ଦେଶର MSME କ୍ଷେତ୍ରର ଚାହିଦା ବୃଦ୍ଧି ପାଇବା ସହ ଉପକୃତ ହେବେ କ୍ଷୁଦ୍ର ବ୍ୟବସାୟୀ

ଚଳିତ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲ୍‍କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ସୁଦ୍ଧା ପରବର୍ତ୍ତୀ ପିଢ଼ି ଜି.ଏସ୍‍.ଟି. ସଂସ୍କାର କାର୍ଯ୍ୟ କରିବା ନେଇ ଘୋଷଣା କରିଥିଲେ । ଗତ ବୁଧବାର ଦିନ ଅନୁଷ୍ଠିତ ଜି.ଏସ୍‍.ଟି. ପରିଷଦ ବୈଠକରେ ଟିକସ ହାର ହ୍ରାସ କରିବା ଏବଂ ବ୍ୟାବସାୟିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବହୁକ୍ଷେତ୍ରୀୟ ସଂସ୍କାର କରାଯାଇଥିଲା । ସାଧାରଣ ଲୋକଙ୍କ ଜୀବନରେ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ସରକାର ଅର୍ଥନୀତି ଜି.ଏସ୍‍.ଟି. ପରିଷଦ କ୍ଷେତ୍ରରେ ଟିକସ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା ।

GST

ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ - ଏମ.ଏସ୍‍.ଏମ୍‍.ଇ. କ୍ଷେତ୍ରରେ ମଧ୍ୟ ଜି.ଏସ୍‍.ଟି. ଟିକସ ହାରରେ ସରକାର ପରିବର୍ତ୍ତନ ଆଣିଛନ୍ତି, ଯାହାଦ୍ୱାରା ଅନେକ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇପାରିବେ । ପରିଷଦ ବୈଠକରେ ଚାରିସ୍ତରୀୟ ପରୋକ୍ଷ ଟିକସ ହାରକୁ ସରକାର ଦୁଇସ୍ତରକୁ ଆଣି ୫ ପ୍ରତିଶତ ଏବଂ ୧୮ ପ୍ରତିଶତରେ ସୀମିତ ରଖିଛନ୍ତି । ଏହି ନୂତନ ନିୟମ ଆସନ୍ତା ୨୨ ତାରିଖରୁ ଲାଗୁ ହେବାନେଇ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+