'ଦେଢ଼ ବର୍ଷର ପରିଶ୍ରମ ପରେ ସରକାର କରିଛନ୍ତି GST ସଂସ୍କାର'

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଦ୍ରବ୍ୟ ଆଣ୍ଡ ସେବା କର(ଜିଏସଟି) ସ୍ଲାବକୁ ଦୁଇଟିକୁ ହ୍ରାସ ଓ ଏକୀକରଣ କରିବା ଏବଂ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମକୁ କରମୁକ୍ତ କରିବା ପାଇଁ ୧୮ ମାସରୁ ଅଧିକ ସମୟ ଧରି ଆଲୋଚନା ଚାଲିଥିଲା। ଏହି ସଂସ୍କାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ ଘୋଷଣାର ପ୍ରତିକ୍ରିୟା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୀତାରମଣ କହିଛନ୍ତି, ଗତ ବର୍ଷ କେନ୍ଦ୍ର ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ସାଧାରଣ ଲୋକ'ଙ୍କ ପାଇଁ ଆଶ୍ବସ୍ତି ବୋଲି କହିଥିଲଲେ। ଗତ ବଜେଟରେ ସେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ମଧ୍ୟବିତ୍ତ ବେତନଭୋଗୀଙ୍କୁ ଆଶ୍ବସ୍ତି ଦେଇଥିଲେ। ଏହି ସଂସ୍କାର ପ୍ରସ୍ତୁତ କରିବା ପାଇଁ ସମୟ ଲାଗିଥିଲା ଏବଂ ମେ'ରେ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

fm

ରାଜ୍ୟ ସରକାରମାନଙ୍କୁ ସହମତ କରାଇବା ଥିଲା ପ୍ରଥମ ପଦକ୍ଷେପ। ସେପ୍ଟେମ୍ବର ୩ ଓ ୪ ତାରିଖରେ ଅନୁଷ୍ଠିତ GST ପରିଷଦ ବୈଠକରେ ରାଜ୍ୟମାନେ ରାଜସ୍ୱ ହାନି ପାଇଁ କ୍ଷତିପୂରଣ ଦାବି କରିବେ ବୋଲି ଆଶଙ୍କା ଥିଲା। କିନ୍ତୁ, ବୈଠକ ଏକ ଦିନରେ ଶେଷ ହୋଇଥିଲା ଏବଂ ସମସ୍ତେ ସଂସ୍କାର ପ୍ରସ୍ତାବରେ ଏକମତ ହୋଇଥିଲେ। ସୀତାରମଣ କହିଛନ୍ତି, "ରାଜ୍ୟ ଅର୍ଥମନ୍ତ୍ରୀମାନେ ଦର ଯୌକ୍ତିକୀକରଣକୁ ସମର୍ଥନ କରିଥିଲେ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+