ଜିଏସଟି ଉପରେ ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ.....
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଜି.ଏସ୍.ଟି. ବର୍ଗିକରଣ ଏବଂ ସାରା ଦେଶରେ ଟିକସ ଲାଗୁ କରିବା ନେଇ ଜି.ଏସ୍.ଟି. କାଉନ୍ସିଲ୍ ନିଷ୍ପତ୍ତି ଗ୍ରହଣ କରିଥାଏ । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଜି.ଏସ୍.ଟି. ବର୍ଗିକରଣ ନିଷ୍ପତ୍ତି ପରିଷଦ ଗ୍ରହଣ କରିଥାଏ । ଏହା କୌଣସି ଏକତରଫା ନିଷ୍ପତ୍ତି ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ରାଜ୍ୟର ଅର୍ଥମନ୍ତ୍ରୀମାନେ ପରିଷଦ ସମ୍ମୁଖରେ ନିଜର ମତ ଉପସ୍ଥାପନ କରିବାର ଅଧିକାର ରହିଛି ବୋଲି ସେ ଉଲ୍ଲେଖ କରିବା ସହ କହିଛନ୍ତି, ଜି.ଏସ୍.ଟି. ହାର ଯଥେଷ୍ଟ ହ୍ରାସ ପାଇଛି ।












Click it and Unblock the Notifications