ଜୋମାଟୋ, ସ୍ଵିଗି ଭଳି ଫୁଡ ଡେଲିଭରି ସଂସ୍ଥା ପାଇଁ ଆସିଲା ଜିଏସଟି କାଉନସିଲର ନୂଆ ନିୟମ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି କାଉନସିଲର 45ତମ ବୈଠକରେ ନିଆଯାଇଛି ବହୁ ଗୁରୁତ୍ଵପୂର୍ଣା ନିଷ୍ପତ୍ତି। ଏଥିରେ ଫୁଡ ଦେଲିଭେରୀକୁ ନେଇ କେତେକ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ନିୟମ ଅନୁଯାୟୀ ଜୋମାଟୋ ଏବଂ ସ୍ଵିଗି ଭଳି ସଂସ୍ଥା ଆପ ମାଧ୍ୟମରେ ସଂଗ୍ରହ କରିବେ ଜିଏସଟି। ଏଣିକି ରେଷ୍ଟୁରାଣ୍ଟ ବଦଳରେ ଜୋମାଟୋ ଭଳି ଆପ ଟାକ୍ସ ସଂଗ୍ରହ କରିବା । ତେବେ ନୂତନ ବ୍ୟବସ୍ଥା ଅନୁସାରେ ଗ୍ରାହକଙ୍କୁ ଏଥିପାଇଁ ଅଧିକ ଖର୍ଚ ଉଠାଇବାକୁ ପଡିବ ନହିଁ। ଅର୍ଥାତ ଏହି ନୂଆ ନିୟମ ଅନୁସାରେ ଗ୍ରହକଙ୍କୁ ଅଧିକ କିଛି ଯେପରି ଦେବାକୁ ନପଡେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି।

ଅର୍ଥ ମନ୍ତ୍ରୀ ନିର୍ମଲା ସିତାରମନ ପ୍ରେସ ବିବ୍ରୁତି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ଜୋମାଟୋ ଏବଂ ସ୍ଵିଗି ଭଳି ଆପ ଜରିଆରେ ସିଧାସଳଖ ଜିଏସଟି ସଂଗ୍ରହ ପାଇଁ ହୋଇଥିବା ନିଷ୍ପତ୍ତିରେ କେତେକ ବିଷୟକୁ ନେଇ ମତଭେଦ ରହିଛି, ତେବେ ଗ୍ରହକଙ୍କ ଉପରେ ନୂଆ ଟାକ୍ସ ବୋଝ କିଛି ରହିବା ନହିଁ ବୋଲି କହିଛନ୍ତି ସୀତାରାମନ । ଜିଏସଟି କାଉନସିଲ ପକ୍ଷରୁ ଏହା ସହମତି ହୋଇଛି ଯେ, ଦେଲିଭେରୀ ସ୍ଥାନରେ ଆପ ଜରିଆରେ ସଂସ୍ଥା ଗୁଡିକ ଗିଏସଟି ସଂଗ୍ରହ କରିବେ ।
ନୂତନ ନିୟମ ଅନୁସାରେ କଣ ପରିବର୍ତନ ହେବ?
ଏନେଇ ରାଜସ୍ୱ ସଚିବ ତରୁଣ ବାଜାଜ କହିଛନ୍ତି ଯେ, ଯଦି ଜଣେ ଗ୍ରାହକ ଫୁଡ ଅର୍ଡର କରୁଛନ୍ତି, ତେବେ ଉକ୍ତ ଗ୍ରାହକ ଜଣକ ରେଷ୍ଟୁରାଣ୍ଟକୁ ଟାକ୍ସ ପଇଠ କରୁଛନ୍ତି ଅର୍ଥାତ ଖାଦ୍ୟ ମୂଲ୍ୟ ସହିତ ଆବଶ୍ୟକ ମୁତାବକ ଟାକ୍ସ ଗ୍ରାହକଙ୍କ ଠାରୁ ରେଷ୍ଟୁରାଣ୍ଟ ସଂଗ୍ରହ କରିଥାଏ। ନୂତନ ନିୟମ ଅନୁସାରେ, ଜୋମାଟୋ ଭଳି ସଂସ୍ଥା ଗ୍ରାହକଙ୍କ ଠାରୁ ସିଧା ଟାକ୍ସ ସଂଗ୍ରହ କରିବ, ରେଷ୍ଟୁରାଣ୍ଟ କରିବ ନହିଁ । ଏହି ଟାକ୍ସ ଜୋମାଟୋ ଭଳି ସଂସ୍ଥା ସରକାରଙ୍କୁ ପଇଠ କରିବ । ରେଷ୍ଟୁରାଣ୍ଟ ତରଫରୁ ଗ୍ରହକଙ୍କ ଠାରୁ ଟାକ୍ସ ସଂଗ୍ରହ ହେବ ପରେ କେତେକ ରେଷ୍ଟୁରାଣ୍ଟ ଏହା ସରକାରଙ୍କୁ ପ୍ରଦାନ କରିବାରେ ଅବହେଳା କରୁଛନ୍ତି। ପ୍ରକାରାନ୍ତରେ ଏହାକୁ ଟାକ୍ସ ଚୋରୀ ବୋଲି କୁହାଯାଇ ପରେ ।












Click it and Unblock the Notifications