ବୀମା ପ୍ରିମିୟମରେ କମିବ ଜିଏସଟି

ନୂଆଦିଲ୍ଲୀ :ସୋମବାର ବସିଥିଲା ଜିଏସ୍‌ଟି ପରିଷଦ ବୈଠକ । ଏହି ମିଟିଂରେ ବୀମା ପ୍ରିମିୟମରେ ଟିକସ, ଟିକସ ହ୍ରାସ ନେଇ ମନ୍ତ୍ରୀ ଗୋଷ୍ଠୀ ପ୍ରଦାନ କରିଥିବା ପରାମର୍ଶ ଏବଂ ଅନ୍‌ଲାଇନ ଗେମିଂ ଷ୍ଟାଟସ ରିପୋର୍ଟ ଉପରେ ବିଚାର ବିମର୍ଷ ହୋଇଥିଲା ବିଶେଷକରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି ।

ବୀମା ପ୍ରିମୟମ ଉପରେ ଲାଗୁ ୧୮% ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ହାର ହ୍ରାସ କରିବାକୁ ବୈଠକରେ ସହମତି ହୋଇଛି । କେତେ କମିବ ତାହା ପରବର୍ତ୍ତି ବୈଠକରେ ନିଷ୍ପତ୍ତି ନିଆଯିବ । ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇଥିବା ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ ଉପରେ ଜିଏସଟି ହ୍ରାସ କରିବାକୁ ପ୍ରାୟ ସମସ୍ତ ରାଜ୍ୟ ରାଜି ହୋଇଛନ୍ତି ।

GST

କିନ୍ତୁ କିଛି ରାଜ୍ୟ ୫% ଦାବି କରୁଥିଲେ ତ ଆଉ କିଛି ଏହା ଉପରେ ଶୂନ ଜିଏସଟି ଦାବି କରୁଥିଲେ। ତେଣୁ ଏହି ପ୍ରସଙ୍ଗକୁ ମନ୍ତ୍ରୀଗୋଷ୍ଠୀକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିଜେପି ନେତା ତଥା କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏକ ଚିଠି ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଥିଲେ ।

ଜୀବନ ବୀମା ଏବଂ ମେଡିକାଲ ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ହଟାଇବାକୁ ସେ ନିର୍ମଳା ସୀତାରମଣଙ୍କୁ କହିଥିଲେ ।ସୀତାରମଣଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଗଡକରୀ କହିଥିଲେ ଯେ ନାଗପୁର ଡିଭିଜନ ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ୍ କର୍ମଚାରୀ ସଂଘ ଏହି ପ୍ରସଙ୍ଗରେ ତାଙ୍କ ପାଖରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି।

ସେ ଏହା ମଧ୍ୟ କହିଥିଲେ ଯେ ଜୀବନ ଏବଂ ମେଡିକାଲ ବୀମା ପ୍ରିମିୟମ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ଜୀବନର ଅନିଶ୍ଚିତତା ଉପରେ ଟିକସ ଲାଗୁ କରିବା ପରି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+