ଜିଏସଟି ପରିଷଦ ବୈଠକ: କ'ଣ ଶସ୍ତା , କ'ଣ ମହଙ୍ଗା ?
ନୂଆଦିଲ୍ଲୀରେ ୫୬ତମ ଜିଏସଟି ପରିଷଦ ବୈଠକରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି । କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସଟି ସ୍ଲାବକୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ଜିଏସଟି ସ୍ଲାବକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି।
ଏଥିସହ ୪୦ ପ୍ରତିଶତର ଏକ ନୂଆ ସ୍ଲାବ୍ ଲାଗୁ କରାଯାଇଛି। ଏହା ଅତ୍ୟନ୍ତ ବିଳାସପୂର୍ଣ୍ଣ ସାମଗ୍ରୀ ଓ ହାନିକାରକ ଦ୍ରବ୍ୟ ଓପରେ ଲାଗୁ କରାଯିବ। ଏହି ନୂତନ ଜିଏସଟି ସ୍ଲାବ ଆସନ୍ତା ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଏହା ପୂର୍ବରୁ ବ୍ୟବସାୟୀ ଓ ଉତ୍ପାଦକମାନଙ୍କୁ ନୂତନ ଟିକସ ସ୍ଲାବ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
କଣ ଶସ୍ତା ହେବ:-
5% ଟିକସ: ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି ଚୁଟି ତେଲ, ସାବୁନ, ଶାମ୍ପୁ, ଦାନ୍ତ ବ୍ରଶ, ଦାନ୍ତ ପେଷ୍ଟ, ସାଇକେଲ, ଟେବୁଲୱେୟାର, ରୋଷେଇ ସାମଗ୍ରୀ, ଛତା, ବାଉଁଶ ଆସବାବପତ୍ର

ଖାଦ୍ୟ ସାମଗ୍ରୀ ଯେପରିକି ନମକୀନ, ପାସ୍ତା, ଇନଷ୍ଟାଣ୍ଟ ନୁଡଲ୍ସ, କଫି, ବଟର, ଘିଅ, କର୍ଣ୍ଣଫ୍ଲେକ୍ସ, ଚକଲେଟ, ଶୁଖିଲା ଫଳ, ଜାମ, ଜେଲି।ଔଷଧ ଏବଂ ଚିକିତ୍ସା ଉପକରଣ: ଅନେକ ଔଷଧ, ଡାଏଗ୍ନୋଷ୍ଟିକ କିଟ, ପାୱାର ଚଷମା (ଦୃଷ୍ଟି ସଂଶୋଧନ ପାଇଁ)।ହସ୍ତଶିଳ୍ପ, ମାର୍ବଲ, ଗ୍ରାନାଇଟ ବ୍ଲକ, ଚମଡା ସାମଗ୍ରୀ।କୃଷି ଯନ୍ତ୍ରପାତି ସାମଗ୍ରୀ, ହୋଟେଲ ରହଣୀ (ଦିନକୁ ୭,୫୦୦ ଟଙ୍କା ପର୍ଯ୍ୟନ୍ତ) ୧୨% ରୁ ୫% କୁ ହ୍ରାସ କରାଯାଇଛି।
0% ଟିକସ: ଅଲ୍ଟ୍ରା-ହାଇ ଟେମ୍ପେରେଚର (UHT) କ୍ଷୀର, ପନୀର, ରୁଟି, ପରଟା, ପିଜା, ବ୍ରେଡ, ଖାଖରା।ବ୍ୟକ୍ତିଗତ ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ପଲିସି।33ଟି ଜୀବନ ରକ୍ଷାକାରୀ ଔଷଧ ଏବଂ କର୍କଟ, ଦୁର୍ଲଭ ରୋଗ ଏବଂ ଗୁରୁତର ରୋଗ ପାଇଁ ଔଷଧ।18% ଟିକସ: ଏୟାର କଣ୍ଡିସନର, ଟେଲିଭିଜନ (ସମସ୍ତ ଆକାର), ଡିସୱାଶର, ସିମେଂଟ, ବସ, ଟ୍ରକ, ଆମ୍ବୁଲାନ୍ସ, ତିନି-ଚକିଆ ଯାନ।୧୨୦୦ ସିସି ଓ ୪୦୦୦ ଏମ୍ଏମରୁ କମ୍ ଲମ୍ବର ପେଟ୍ରୋଲ, ଡିଜେଲ୍, ହାଇବ୍ରିଡ ଏଲପିଜି ଓ ସିଏନଜି କାର୍, ୧୫୦୦ ସିସିରୁ କମ୍ ଡିଜେଲ୍ ଓ ଡିଜେଲ୍ ହାଇବ୍ରିଡ୍ କାର୍, ତିନିଚକିଆ ଯାନ, ୩୫୦ ସିସିରୁ କମ୍ ମୋଟର ସାଇକେଲ୍, ମେଲବାହୀ ମୋଟର।
କ'ଣ ମହଙ୍ଗା ହେବ:-40% GST ସ୍ଲାବ: ବିଳାସପୂର୍ଣ୍ଣ ଏବଂ ହାନୀକାରକ ଦ୍ରବ୍ୟ: ପାନ ମସାଲା, ତମାଖୁ, ସିଗାରେଟ, ବିଡି, ଜର୍ଦା, ମୃଦୁ ପାନୀୟ, ମୋଟରସାଇକେଲ (350cc ରୁ ଅଧିକ ଇଞ୍ଜିନ କ୍ଷମତା), ବୃହତ ଆକାରର କାର୍, ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ, ହେଲିକପ୍ଟର ଓ ୟଟ୍।












Click it and Unblock the Notifications