ସେୟାର ବଜାରରେ ଅଭିବୃଦ୍ଧି; ସେନସେକ୍ସରେ ହଜାରରୁ ଅଧିକ ପଏଣ୍ଟ, ନିଫ୍ଟିରେ ମଧ୍ୟ ୩୦୦ ପଏଣ୍ଟ ବୃଦ୍ଧି
କାଲି ଖସିଥିଲା, ଆଜି ବଢ଼ିଲା । କାଲି ଅପେକ୍ଷା ଆଜିର ସେୟାର ବଜାରରେ ଅଭିବୃଦ୍ଧି । ସେନସେକ୍ସରେ ହଜାରରୁ ଅଧିକ ପଏଣ୍ଟ ବୃଦ୍ଧି । ନିଫ୍ଟିରେ ମଧ୍ୟ ୩୦୦ ପଏଣ୍ଟ ବୃଦ୍ଧି।

- ଟପ୍ ୩୦ କମ୍ପାନିର ୫%ରୁ ଅଧିକ କ୍ଷତି
- ୩୦୦୦ ତଳକୁ ଖସିଲା ସେକ୍ସସେନ୍
ସେନ୍ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ସାରା ବିଶ୍ବରେ କୋଟି କୋଟି ଟଙ୍କା ହରାଇ ନିବେଶକମାନେ ଚିନ୍ତାରେ ପଡିଯାଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକାର ଷ୍ଟକ୍ ବଜାର । ଆମେରିକୀୟ କମ୍ପାନି ନସଦାକ୍ ଫିଚରର ସେୟାର ୪%, ଏସ୍ ଆଣ୍ତ ପି ୩.୧% ହ୍ରାସ ପାଇଛି । ଜାପାନର ନିକେଇ(୭%), ଦକ୍ଷିଣ କୋରିଆର କୋସପି(୫%) ସେୟାର ହ୍ରାସ, ଚୀନର ବ୍ଲୁ ଚିପ୍(୭%), ହଙ୍କଙ୍ଗ୍ ହାଙ୍ଗ୍ ସେଙ୍ଗ୍ ସେୟାରରେ (୧୦.୫%) ହ୍ରାସ ପାଇଛି ।
କାହିଁକି ଖସୁଛି ସେୟାର ବଜାର?
ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା
ଆମେରିକାର ଟାରିଫ୍ ଯୋଗୁ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର
ଭାରତୀୟ ବଜାରରୁ ବୈଦେଶିକ ନିବେଶକଙ୍କ ଅର୍ଥ ଫେରସ୍ତ
ଆରବିଆଇର ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକ
ଆର୍ଥିକ ମାନ୍ଦାବସ୍ଥା ଆସିବା ନେଇ ଭୟ
ଚୀନ-ଆମେରିକା ମଧ୍ୟରେ ଟାରିଫ୍ ୱାର
ବିଶ୍ବ ବାଣିଜ୍ୟର ଦୁଇ ବଡ଼ ପ୍ରତିଦ୍ବନ୍ଦୀ ଆମେରିକା ଓ ଚୀନ ପରସ୍ପର ଉପରେ ଶୁଳ୍କ ଲାଗୁ କରିଛନ୍ତି । ଆସନ୍ତା ୧୦ ତାରିଖରୁ ଆମେରିକାର ସବୁ ସାମଗ୍ରୀ ଉପରେ ୩୪% ଶୁଳ୍କ ଧାର୍ଯ୍ୟ କରିଛି ବେଜିଂ । ଯାହାକୁ ନେଇ ଆଗକୁ ଟ୍ରେଡ୍ ୱାର ତୀବ୍ର ହେବ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି । ଯାହାର ପ୍ରଭାବ ଭାରତ ଉପରେ ପଡୁଥିବାର ବି ଦେଖିବାକୁ ମିଳୁଛି ।












Click it and Unblock the Notifications