ପୋଷା କୁକୁର ଆକ୍ରମଣ ନେଇ ବଢୁଛି ଚିନ୍ତା, ହିଂସ୍ର ହେଉଛି ପିଟ୍ ବୁଲ
ସାରା ଦେଶରେ ପୋଷା କୁକୁର ଆକ୍ରମଣ ଘଟଣା ବଢିବାରେ ଲାଗିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଏହି ମାମଲା ଲୋକଙ୍କ ଚିନ୍ତା ବଢାଇଛି।
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ପୋଷା କୁକୁର ଆକ୍ରମଣ ଘଟଣା ବଢିବାରେ ଲାଗିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଏହି ମାମଲା ଲୋକଙ୍କ ଚିନ୍ତା ବଢାଇଛି। ତେବେ ଅଧିକ ସମୟ ଘର ଭିତରେ ବିତାଉଥିବା କାରଣରୁ ଏଭଳି ହିଂସ୍ର ପାଲଟୁଛନ୍ତି କି ପୋଷା କୁକୁର ? ନା ପିଟ୍ ବୁଲ ପ୍ରଜାତିର ସମସ୍ତ କୁକୁର ଏହିଭଳି ହିଂସ୍ର । ଯଦି ଏହି ପ୍ରଜାତିର କୁକୁର ଏତେ ମାରାତ୍ମକ ତେବେ ଏହାକୁ ଘରେ ପୋଷା କରି ଲୋକେ କାହିଁକି ରଖୁଛନ୍ତି , ଯାହା ଦ୍ବାରା ଅନ୍ୟମାନେ ଆକ୍ରମଣର ଶିକାର ପାଲଟୁଛନ୍ତି । ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ , ଏହା ଲୋକଙ୍କ ପାଇଁ ବଡ ଚିନ୍ତା ପାଲଟିବାରେ ଲାଗିଲାଣି ।

ଏହାପରେ ଗାଜିଆବାଦର ରାଜନଗର ଏକ ଆପାର୍ଟମେଣ୍ଟ ଲିଫ୍ଟରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଘଟଣା । ଛୋଟ ପିଲାଟିଏ ନିଜର ପାଠ ପଢା ସାରି ଲିଫ୍ଟରେ ଫେରୁଥିବା ବେଳେ ମାଲିକାଣୀଙ୍କ ସାଥିରେ ଥିବା ପିଟବୁଲ ଡଗ୍ ପିଲାଟିକୁ ହଠାତ ଆକ୍ରମଣ କରିଥିଲା । ଯନ୍ତ୍ରଣାରେ ପାଟି କରୁଥିବା ବେଳେ କୁକୁରର ମାଲିକାଣୀ ନିଜର ପୋଷା କୁକୁର ନେଇ ସେଠାରୁ ଲୁଚି ପଳାଉଥିଲେ । ହେଲେ ପିଲାଟି ଘଟଣା ବାବଦରେ ଘରେ କହିବା ପରେ ପିଲାର ପିତା ମହିଳାଙ୍କୁ ପଚାରିବା ସହିତ ତାଙ୍କ ନାମରେ ଅଭିଯୋଗ କରିଥିଲେ ।
a pet dog bites a kid in the lift while the pet owner keeps watching even while the pet owner the kid is in pain! where is the moral code here just cos no one is looking?
— Akassh Ashok Gupta (@peepoye_) September 6, 2022
.
.
p.s: @ghaziabadpolice
Location: Charms Castle, Rajnagar Extension, Ghaziabad
Dtd: 5-Sep-22 | 6:01 PM IST pic.twitter.com/Qyk6jj6u1e
ନୋଏଡା ସେକ୍ଟର 75 ରେ ମଧ୍ୟ ଲିଫ୍ଟରେ ଥିବା ଜଣେ ଯୁବକଙ୍କୁ ଆକ୍ରମଣ କରିଛି ଅନ୍ୟ ଜଣଙ୍କ ପୋଷା କୁକୁର । କୁକୁରକୁ ଜଣେ ଯୁବକଙ୍କ ସହିତ ଦେଖିବାକୁ ମିଳିଛି । ହଠାତ ପାଖରେ ଥିବା ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲା କୁକୁର। ଫଳରେ ଯୁବକ ଜଣକ ତଳେ ପଡିଯାଇଥିଲେ । କିନ୍ତୁ କେହି ତାଙ୍କୁ ସାହାଯ୍ୟ ମଧ୍ୟ କରିନଥିଲେ ।
ତେବେ ଆଜି ମଧ୍ୟ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଉଛି। ଭିଡିଓରେ ଜଣେ ଜୋମାଟୋ ଡେଲିଭେରୀ ବୟ ଲିଫ୍ଟରୁ ବାହାରିବା ବେଳେ ବାହାରେ ଥିବା ଜର୍ମନ ସେଫର୍ଡ କୁକୁରଟି ତାଙ୍କ ପ୍ରାଇଭେଟ ପାର୍ଟକୁ ଆକ୍ରମଣ କରିଥିଲା । ଫଳରେ ଯନ୍ତ୍ରଣା ସହ୍ୟ ନକରିବା ସହିତ ଲହୁ ଲୁହାଣ ହୋଇ ଡେଲିଭେରୀ ବୟ ନିଜକୁ ରକ୍ଷା କରିବା ପାଇଁ ଜାଗା ଛାଡି ପଳାଇଥିଲେ । ଘଟଣାଟି ମୁମ୍ବାଇ ପାନଭେଲର ଏକ ଆପାର୍ଟମେଣ୍ଟର ବୋଲି ଜଣାପଡିଛି । ବର୍ତ୍ତମାନ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହା ପୂର୍ବରୁ ଉତ୍ତରପ୍ରଦେଶର ଜଣେ ବୃଦ୍ଧା ନିଜର ପୋଷା କୁକୁର ପିଟ୍ ବୁଲର ଆକ୍ରମଣରେ ପ୍ରାଣ ହରାଇଥିଲେ । ଘରେ ବୃଦ୍ଧା ଜଣକ ଏକାକୀ ଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲା କୁକୁରଟି । ଫଳରେ ବୃଦ୍ଧାଙ୍କର ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହେବା ସହିତ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିଲା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications