କାଫେରେ ଶୁଭୁଛି ହନୁମାନ ଚାଳିଶା; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ବଦଳୁଛି ଯୁଗ । ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ । ଆଧୁନିକତାର ବାହ୍ୟ ଚାକଚକ୍ୟରୁ ଏବେ ଆଧ୍ୟାତ୍ମିକତା ଆଡକୁ ଢଳୁଛି ଯୁବ ସମାଜ । ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ହରିଆଣା ଗୁରୁଗ୍ରାମ ଜିଲ୍ଲାର ଏକ କାଫେଠାରେ ।
ହରିୟାଣା ଗୁରୁଗ୍ରାମର ଏମ୍ ୪୨ କଲୋନୀ ସେକ୍ଟର ୨୨ର ଏକ କଫି କାଫେ ବାହାରେ ମଜାମସ୍ତି କରିବା ବଦଳରେ କିଛି ଯୁବକ ଓ ଯୁବତୀ ବସି ହନୁମାନ ଚାଳିଶା ପାଠ କରୁଛନ୍ତି । କେବଳ ସେତିକି ନୁହେଁ ଢ଼ୋଲ ବଜାଇ ଭଜନ କିର୍ତ୍ତନ ମଧ୍ୟ କରିଛନ୍ତି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ।
#WATCH गुरुग्राम में एक कैफे के बाहर युवाओं ने हनुमान चालीसा का पाठ किया। (21.03) pic.twitter.com/06MRqsFzRs
— ANI_HindiNews (@AHindinews) March 22, 2023
ପ୍ରତି ମଙ୍ଗଳବାର ସନ୍ଧ୍ୟାରେ ଯୁବକମାନେ ଏକାଠି ହୋଇ ହନୁମାନ ଚାଳିଶା ଗାଇଥାନ୍ତି । ସନ୍ଧ୍ୟା ହେଲେ ଏଠି ଜମୁଛି ହନୁମାନ ଚାଳିଶାର ଆସର । ଏହାକୁ ଆହୁରି ଶୁତିମଧୂର କରିବାକୁ କିଏ ନିଜ ଇଚ୍ଛାମତେ ଢୋଲକ ବଜାଏ ତ କିଏ ଗିଟାର । ଆଉ ଯଦି କିଛି ଇନଷ୍ଟ୍ରୁମେଣ୍ଟ ନମିଳେ ପାଖରେ ଥିବା ଟେବୁଲକୁ ବଜାଇ ସୁର କରାଯାଏ । ମଙ୍ଗଳବାର କାଫେରେ ହନୁମାନ ଚାଳିଶା ସହ ଶ୍ରୀରାମଙ୍କ ଭକ୍ତି ସଙ୍ଗୀତ ଶୁଣିବାକୁ ଗ୍ରାହକଙ୍କ ପ୍ରବଳ ଭିଡ ଜମେ ।
କାଫେର ମାଲିକ ବିବେକ ଗୁଲାଟିଙ୍କ କହିବା କଥା , ଦିନ ସାରା କର୍ମମୟ ବ୍ୟସ୍ତ ଜୀବନରୁ ବିରତି ପାଇବା ପରେ ଦିନେ ସେ ଓ ତାଙ୍କ ପତ୍ନୀ କଫି ସପ୍ରେ ବସି ହନୁମାନ ଚାଳିଶା ପାଠ କଲେ । ଏହାକୁ ଦେଖି ପ୍ରଥମେ ୨ ଜଣ ଯୁବକ ତାଙ୍କ ସହ ଯୋଗ ଦେଲେ ଓ ତାଙ୍କ ସହ ପୁରା ସ୍ୱର ଓ ତାଳରେ ହନୁମାନ ଚାଳିଶା ଗାଇବାକୁ ଲାଗିଲେ । ଏହି ପ୍ରୟାସ ସେଠିକାର ଯୁବକ ଯୁବତୀଙ୍କୁ ଏତେ ପ୍ରଭାବିତ କଲା ଯେ, ଜଣକ ପରେ ଜଣେ ଆସି ଏହି ଗ୍ରୁପରେ ଯୋଗ ଦଲେ । ମାତ୍ର ୨ /୪ ଜଣରୁ ଆରମ୍ଭ ହୋଇଥିବା ଏହି ଗ୍ରୁପ ଏବେ ୫୦ ଜଣରେ ପହଞ୍ଚିଛି ।
ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଠାରେ ଏକାଠି ୫୧ ହଜାର ଲୋକ ହନୁମାନ ଚାଳିଶା ପାଠ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଜୋର୍ସୋର୍ରେ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟକ୍ରମକୁ ୧୮୦ ଦେଶରେ ଲାଇଭ୍ ଦେଖାଯିବ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications