କରୋନା କଟକାଣା ମଧ୍ୟରେ ବିବାହ କରିଥିବା ଯୁବକଙ୍କ କରୋନାରେ ମୃତ୍ୟୁ

କରୋନାର ସମସ୍ତ ନିୟମ ମାନି ବିବାହ କରିଥିବା ଯୁବକ କରୋନା ସଂକ୍ରମିତ ହେବାପରେ ପ୍ରାଣ ହାରିଛନ୍ତି । ୨୩ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଦେଲେ ନବବିବାହିତ ।

ଭୋପାଳ: କରୋନାର ସମସ୍ତ ନିୟମ ମାନି ବିବାହ କରିଥିବା ଯୁବକ କରୋନା ସଂକ୍ରମିତ ହେବାପରେ ପ୍ରାଣ ହାରିଛନ୍ତି । ୨୩ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଦେଲେ ନବବିବାହିତ । ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର ପଚୋରରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

Madhya Pradesh

ରାଜଗଡ଼ ଜିଲ୍ଲା ପଚୋର ସହର ନିବାସୀ ୨୫ ବର୍ଷିୟ ଅଜୟ ଶର୍ମା ଏପ୍ରିଲ ୨୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସମସ୍ତ ଗାଇଡଲାଇନ ଅନୁସାରେ ଏକ ମନ୍ଦିରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ବିବାହର ମାତ୍ର ୪ ଦିନ ପରେ ଏପ୍ରିଲ ୨୯ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ।

ପରିବାରର ଅନ୍ୟ ଜଣେ ମହିଳା ସଦସ୍ୟ ମଧ୍ୟ କରୋନାରେ ସଂକ୍ରମତ ହୋଇଥିଲେ । ରିପୋର୍ଟ ଆସିବା ପରେ ଆଇସୋଲେସନରେ ରହିବା ସହ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୋପାଳର ଏକ ହସ୍ପିଟାଲରେ ତାଙ୍କୁ ପରିବାର ଲୋକ ଭର୍ତ୍ତି ହୋଇଥିଲେ । ଶେଷରେ ସପ୍ତାହେ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହିବା ପରେ ମେ ୧୭ ତାରିଖରେ ଆଖି ବୁଜି ଦେଇଛନ୍ତି ଅଜୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+