ଅଜବ ଇଚ୍ଛା ! ଭାଇକୁ ବୁଲେଟରେ ବିବାହ ମଣ୍ଡପ ଆଣିଲେ ବୁଲେଟ ରାଣୀ
ବିହାରର ଗୟାରେ ଦେଖିବାକୁ ମିଳିଛି ଭିନ୍ନ ଏକ ପ୍ରକାର ବିବାହ । ବରକୁ କାର ପରିବର୍ତ୍ତେ ବୁଲେଟରେ ଅଣାଯାଉଛି । ଆଉ ବର ସାଜିଥିବା ଯୁବକଙ୍କ ଭଉଣୀ ଚଲାଉଛନ୍ତି ବୁଲେଟ । ତେବେ ଏହି ଯୁବତୀଙ୍କର ଅନେକ ଦିନରୁ ଇଚ୍ଛାଥିଲା ଭାଇକୁ ବର ବେଶରେ ବୁଲେଟରେ ବସାଇ କନିଆଁ ଘରକୁ ନେବ
ପାଟନା: ଆଜିକାଲି ବିଭିନ୍ନ ରୂପରେ ଅନୁଷ୍ଠିତ ହେଉଛି ବିବାହ ଉତ୍ସବ । କିଏ ଡେଷ୍ଟିନେସନ ୱେଡିଂ ପ୍ଲାନ କରୁଛି ତ ଆଉ କିଏ କେବଳ ମନ୍ଦିରରେ ଫୁଲମାଳ ବଦଳ କରି ଦୁହେଁ ଦୁହିଁଙ୍କ ସାଥି ହେଉଛନ୍ତି । ତେବେ ବିହାରର ଗୟାରେ ଦେଖିବାକୁ ମିଳିଛି ଭିନ୍ନ ଏକ ପ୍ରକାର ବିବାହ । ବରକୁ କାର ପରିବର୍ତ୍ତେ ବୁଲେଟରେ ଅଣାଯାଉଛି । ଆଉ ବର ସାଜିଥିବା ଯୁବକଙ୍କ ଭଉଣୀ ଚଲାଉଛନ୍ତି ବୁଲେଟ । ତେବେ ଏହି ଯୁବତୀଙ୍କର ଅନେକ ଦିନରୁ ଇଚ୍ଛାଥିଲା ଭାଇକୁ ବର ବେଶରେ ବୁଲେଟରେ ବସାଇ କନିଆଁ ଘରକୁ ନେବା । ଭଉଣୀ ଦେଖିଥିବା ଏ ସ୍ବପ୍ନ ସତ ହେଲା । ବରଯାତ୍ରୀଙ୍କ ସହ ଗୀତର ତାଳେ ତାଳେ ନାଚି ଭାଇକୁ ବୁଲେଟରେ ବସାଇ କନିଆଁ ଘରକୁ ନେଇଛନ୍ତି ଭଉଣୀ ।

ବିହାର ଗୟାର ବୁଲେଟ ରାଣୀ ଭାବେ ପରିଚିତ ନିକି କୁମାରୀ ତାଙ୍କ ବଡ ଭାଇଙ୍କ ବାହାଘରକୁ ନେଇ ବେଶ ଉତ୍ସାହିତ ଥିଲେ । ଜବରଦସ୍ତ ନାଚ ସହ ବରାଯାତ୍ରୀ ନେଇ ବାହାରିଥିଲେ ବରପକ୍ଷ । ମଝିରେ ନିକି ତାଙ୍କ ଭାଇକୁ ବୁଲେଟରେ ବସାଇ ବିବାହ ମଣ୍ଡପ ଅଭିମୁଖେ ବାହାରିଥିଲେ । ବାଇକରେ ଭାଇକୁ ବସାଇ ନିଜେ ଡ୍ୟାନ୍ସ ବି କରୁଥିଲେ ନିକି । 2020 ମାର୍ଚ୍ଚ 3ରେ ନିଜ ବାହାଘରରେ ନିକି ବାଇକ ଚଲାଇ ବିବାହ ମଣ୍ଡପରେ ପହଞ୍ଚିଥିଲେ । ସେବେଠୁ ବୁଲେଟୱାଲୀ ଦୁଲହନିଆ ନାମରେ ଚର୍ଚ୍ଚିତ ଥିଲେ । ତାଙ୍କୁ ବୁଲେଟ ଚଲାଇବା ଭାରି ପସନ୍ଦ । ତାଙ୍କ ଭାଇଙ୍କ ବିବାହରେ ବୁଲେଟରେ ଭାଇକୁ ବସାଇ ବରଯାତ୍ରୀରେ ଯିବାକୁ ତାଙ୍କ ଇଚ୍ଛାକୁ ସେ ପୂରଣ କରିଛନ୍ତି ।
ନିକିଙ୍କ ଭାଇ ମନୀଷ କୁମାର ଏ ନେଇ କହିଛନ୍ତି, "ମୋର ଭଉଣୀର ଇଚ୍ଛା ଥିଲା ମୋତେ ବାଇକରେ ବସାଇ ବିବାହ ମଣ୍ଡପକୁ ନେବା ପାଇଁ । ଆଜି ତାର ଇଚ୍ଛା ପୂରଣ ହୋଇଛି ।" ମୁଁ ଏଥିରେ ବହୁତ ଖୁସି ।












Click it and Unblock the Notifications