ବିହାରର ପାଟନାରେ ହେବ ଗ୍ରୀନ୍ ଫିଲ୍ଟ ବିମାନବନ୍ଦର
ଚଳିତ ବର୍ଷ ବଜେଟରେ ଫୋକସରେ ରହିଛି ବିହାର । କାରଣ ରାଜ୍ୟ ପାଇଁ ଅନେକ ବଡ଼ ଘୋଷଣା କରାଯାଇଛି । ବିହାର ପାଇଁ ଏକ ନୂତନ ବିମାନବନ୍ଦର ନେଇ ଘୋଷଣା କରାଯାଇଛି । ବିହାରର ପାଟନାରେ ହେବ ଗ୍ରୀନ୍ ଫିଲ୍ଟ ବିମାନବନ୍ଦର । ତେବେ ଆଗକୁ ବିବାହ ବିଧାନସଭା ନିର୍ବାଚନ ରହିଛି । କେନ୍ଦ୍ରର ଏହି ଉପହାର ନିଶ୍ଚୟ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।

ସେହିପରି ବିହାରରେ ମଖାନା ବୋର୍ଡ ଗଠନ କରାଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ବିହାରରେ ମଖାନା ଉତ୍ପାଦନ ପାଇଁ ଏକ ମଖାନା ବୋର୍ଡ ଗଠନ କରିବେ। ବିହାରରେ ମଖାନା ବୋର୍ଡ ଗଠନ କରାଯିବ। ଏଗୁଡ଼ିକୁ FPO ଅଧୀନରେ ରଖାଯିବ। ଯାହାଦ୍ୱାରା ମଖାନା ଚାଷରେ ନିୟୋଜିତ ଲୋକମାନେ ଉପକୃତ ହେବେ ଏବଂ ଏଥିପାଇଁ ଲୋକମାନଙ୍କୁ ତାଲିମ ମଧ୍ୟ ଦିଆଯିବ। ଏହା ବିହାରର ମାଖାନା ଚାଷ କରୁଥିବା ଚାଷୀମାନଙ୍କୁ ସିଧାସଳଖ ଲାଭ ଦେବ।












Click it and Unblock the Notifications