ଆସିଲା ବଡ ଦୁଃଖଦ ଖବର ; ଚାକିରୀରେ ଯୋଗ ଦେବା ପୂର୍ବରୁ ଚାଲିଗଲା IPS ଅଫିସରଙ୍କ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକରେ ଏକ ଦୁଃଖଦ ଘଟଣା ଘଟିଛି। ରାଜ୍ୟ କ୍ୟାଡରର ଜଣେ IPS ଅଧିକାରୀଙ୍କ ମୃତ୍ୟୁ ହୋଇଛି, ତାହା ପୁଣି ଚାକିରିର ପ୍ରଥମ ଦିନରେ। ଆଜି ତାଙ୍କର କାର୍ଯ୍ୟରେ ଯୋଗଦାନ ଥିବାବେଳେ ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଯାଇଛି।

IPS officer s

ମୃତକ ଜଣକ ହେଉଛନ୍ତି ଯୁବ IPS ଅଫିସର ହର୍ଷ ବର୍ଦ୍ଧନ (26)। ସେ କର୍ଣ୍ଣାଟକ କ୍ୟାଡରର 2023 ବ୍ୟାଚ୍ IPS ଅଫିସର ଥିଲେ। ମାସେ ତଳେ ମୈସୁରରେ ଟ୍ରେନିଂ ସରିବା ପରେ ଆଜି ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା। ପୋଷ୍ଟିଂର ପ୍ରଥମ ଦିନରେ ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି।

ସୂଚନା ଅନୁସାରେ, ସେ କାର୍ଯ୍ୟରେ ଯୋଗଦେବା ପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। ଏହି ସମୟରେ ଗାଡ଼ିର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲେ। ଏଥିରେ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବର୍ଦ୍ଧନଙ୍କ ପରିବାରକୁ ସମବେଦନା ଜଣାଇବା ସହ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ଏପରି ଘଟିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+