ଆସିଲା ବଡ ଖବର; ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଶାହି ଇଦଗାହ ମସଜିଦରେ ସର୍ଭେକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ତ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭଲରେ ଜାମା ମସଜିଦ ନିର୍ମାଣକୁ ନେଇ ସୃଷ୍ଟି ହୋଇଛି ବିବାଦ। ମୋଗଲ ଶାସକ ବାବରଙ୍କ ସମୟରେ 1526 ମସିହାରେ ଏଠାରେ ହିନ୍ଦୁ ମନ୍ଦିର ଉଚ୍ଛେଦ କରାଯାଇ ଜାମା ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ କରିଛନ୍ତି ହିନ୍ଦୁ ପକ୍ଷ। ଏହାକୁ ନେଇ ହିନ୍ଦୁ ପକ୍ଷ ଟ୍ରାଏଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ମସଜିଦ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଏହି ଆବେଦନର ଶୁଣାଣି କରି ଟ୍ରାଏଲ କୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ କମିଟିକୁ ସର୍ଭେ (ASI) ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶ କ୍ରମେ ASI ନଭେମ୍ବର 24ରେ ସର୍ଭେ ଆରମ୍ଭ କରିଥିଲା। ଏହି ସମୟରେ ଜାମା ମସଜିଦ ନିକଟରେ ଶହ ଶହ ଲୋକେ ଉପସ୍ଥିତ ହୋଇ ସର୍ଭେକୁ ବିରୋଧ କରିଥିଲେ। ଏପରିକି ସର୍ଭେ ଟିମ୍ ଉପରକୁ ପଥର ମାଡ଼ କରିବା ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା 5 ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଏବେବି ସେଠାରେ ସ୍ଥିତି ଅଶାନ୍ତ ରହିଛି। ଏହାକୁ ନେଇ ମସଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।












Click it and Unblock the Notifications