ଆସିଲା ବଡ ଖବର; ଜାମ୍ମୁ କାଶ୍ମୀରରେ ପୋଲିସ ଭ୍ୟାନରୁ ମିଳିଲା ୨ ପୋଲିସ କର୍ମଚାରୀଙ୍କ ମୃତ ଦେହ
ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଛି। ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଉଧମପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ କାଲି ମାତା ମନ୍ଦିର ବାହାରେ ପୁଲିସ ଭ୍ୟାନ୍ ଭତରୁ ଦୁଇଜଣ ପୁଲିସ କର୍ମଚାରୀଙ୍କ ମୃତଦେହ ମିଳିଛି।

ସେମାନଙ୍କ ଦେହରେ ଗୁଳିମାଡ଼ ଚିହ୍ନ ରହିଛି। ବୋଧହୁଏ ଦୁଇ ପୁଲିସକର୍ମୀ ପରସ୍ପର ଉପରକୁ ଗୁଳି ମାଡ଼ କରିବା ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ଘଟଣାରେ AK-47 ବନ୍ଧୁକର ବ୍ୟବହାର କରାଯାଇଛି। ସେହିପରି ଆଉ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଉଧମପୁର ଏସଏସପି ଆମୋଦ ନାଗପୁରେ କହିଛନ୍ତି।












Click it and Unblock the Notifications