ଆସିଲା ବଡ ଖବର; ଅଲୁ ଅର୍ଜୁନଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ। ତେଲଙ୍ଗାନା ହାଇକୋର୍ଟ ଶୁକ୍ରବାର ସନ୍ଧ୍ୟାରେ ଅଲ୍ଲୁଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ତଳ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ସୂଚନା ଅନୁସାରେ, ଗତ ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲରେ ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ' ଚାଲିଥିଲା। ଏହି ସମୟରେ ଶୋ' ଦେଖିବାକୁ ବହୁ ଦର୍ଶକ ଭିଡ଼ ଜମାଇଥିଲେ। ତେବେ ଶୋ' ଆରମ୍ଭ ହେବା ପୂର୍ବରୁ ରାତି ପ୍ରାୟ ୧୦ଟା ୩୦ରେ ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚିଥିଲେ। ଅଲ୍ଲୁଙ୍କୁ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ହଠାତ ଠେଲାପେଲା ହେବାରୁ ଦଳାଚକଟା ଘଟିଥିଲା। ଏଥିରେ ରେବତୀ ନାମ୍ନୀ ଜଣେ ମହିଳା ପ୍ରାଣ ହରାଇଥିବାବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ଶୁକ୍ରବାର ଅଲ୍ଲୁଙ୍କୁ ତାଙ୍କ ବାସଭବନରୁ ଗିରଫ କରିବା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଇଥିଲା। କିନ୍ତୁ ଅଲ୍ଲୁଙ୍କ ପକ୍ଷରୁ ହାଇକୋର୍ଟରେ ଜାମିନ ଆବେଦନ କରାଯାଇଥିଲା।












Click it and Unblock the Notifications