ଆସିଲା ବଡ ଖବର; ବାର୍ଡ ଫ୍ଲୁ ଯୋଗୁ ୪ ବାଘଙ୍କ ମୃତ୍ୟୁ
ମହାରାଷ୍ଟ୍ରରର ନାଗପୁରସ୍ଥିତ ଗୋରେୱାଡା ଉଦ୍ଧାରକେନ୍ଦ୍ରରେ ବାର୍ଡ ଫ୍ଲୁ ଯୋଗୁ ୪ ବାଘଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ଟି ମହାବଳ ବାଘ ଥିବାବେଳେ ଗୋଟିଏ କଲରାପତରିଆ ବାଘ ରହିଛି। ଏହି ବାଘମାନେ ଏଚ୫ଏନ୧ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ସମସ୍ତ ବ୍ୟାଘ୍ର ସଂରକ୍ଷଣ ଏବଂ ଉଦ୍ଧାର କେନ୍ଦ୍ରଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ ଡିସେମ୍ବର ମାସରେ ଏହି ବାଘମାନଙ୍କୁ ଚନ୍ଦ୍ରପୁରରୁ ଗୋରେୱାଡା ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି ସେମାନେ ବାର୍ଡ ଫ୍ଲୁ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ତେବେ ବାଘମାନେ କେଉଁ ସ୍ଥାନରେ ଭୂତାଣୁ ଦ୍ବାରା ସଂକ୍ରମିତ ହେଲେ ତାହାର ଅନୁସନ୍ଧାନ ଲାଗି ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି।












Click it and Unblock the Notifications