ସୁରକ୍ଷାକର୍ମୀଙ୍କ ବଡ ସଫଳତା; ଏନକାଉଣ୍ଟରରେ ଟଳିଲେ ୧୪ ନକ୍ସଲ
ନକ୍ସଲ ବିରୋଧୀ ଅଭିଯାନ ବେଳେ ଛତିଶଗଡ଼ର ଅବୁଜମାଡ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନାରାୟଣପୁର ଏବଂ ଦାନ୍ତେୱାଡ଼ା ବର୍ଡର ନିକଟରେ ଏହି ଏନକାଉଣ୍ଟର ହୋଇଛି । ସୂଚନା ଅନୁସାରେ ଏହି ଏନକାଉଣ୍ଟରରେ ୧୪ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ଆଇଜି ମଧ୍ୟ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ।

ଛତିଶଗଡ ନାରାୟଣପୁର ଜିଲ୍ଲାର ଅବୁଜମାଡ ଜଙ୍ଗଲରେ ଏନକାଉଣ୍ଟର ୧୪ ନକ୍ସଲ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ AK47 ଓ SLR ସହ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅବୁଜମାଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଦାନ୍ତେୱାଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ୱିଂ ଅପରେସନ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ପରେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ନକ୍ସଲଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସମସ୍ତ ଯବାନ ସୁରକ୍ଷିତ ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।
ପୋଲିସ ସୂଚନା ମୁତବାକ ସୁରକ୍ଷାକର୍ମୀ ନିୟମିତ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ଖବର ମିଳିଥିଲା । ତେବେ ସୁରକ୍ଷାକର୍ମୀ ଆଗକୁ ବଢିବା ବେଳେ ନକ୍ସଲ ପ୍ରଥମେ ଗୁଳିମାଡ଼ କରିଥିଲେ । ଏହାପରେ ଯବାନ ପାଲଟା ଜବାବ ଦେଇଥିଲେ । ନାରାୟଣପୁର ଏବଂ ଦାନ୍ତେୱାଡ଼ା ପୋଲିସର ମିଳିତ ଟିମ୍ ଘଟଣାସ୍ଥଳରେ ଅପରେସନ ଜାରି ରଖିଛନ୍ତି । ଉଭୟ ପଟୁ ଗୁଳିମାଡ଼ ଜାରି ରହିଛି ।












Click it and Unblock the Notifications